oom

କ୍ରାନ୍ତି ଓଡିଶାର ସ୍ୱ-ନକ୍ଷତ୍ର ଉତ୍ସବ ପାଳନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ୬ ବର୍ଷ ଧରି କଟକରୁ ପ୍ରକାଶ ହୋଇ ଆସୁଥିବା କ୍ରାନ୍ତି ଓଡିଶାର ସ୍ୱ-ନକ୍ଷତ୍ର ଦିବସ ନିଜ କାର୍ଯ୍ୟାଳୟ ମିଟିଙ୍ଗ୍‌ ହଲ ଠାରେ ପାଳିତ ହୋଇଯାଇଛି । ବର୍ତ୍ତମାନ ଯୁଗକୁ ଦୃଷ୍ଟିରେ ନେଇ ଦୁଇ ବର୍ଷ ହେବ ଡିଜିଟାଲ ଭାବେ କ୍ରାନ୍ତି ଓଡିଶା ଅନବରତ ପ୍ରକାଶିତ ହୋଇ ଚାଲିବା ସହିତ ପାଠକ ମାନଙ୍କ ପାଖରେ ଖୁବଶୀଘ୍ର ଆଦୃତ ହୋଇ ପାରିଛି । ତାକୁ ଭିତ୍ତ କରି ଏକା ସାଥୀରେ କ୍ରାନ୍ତି ଓଡିଶା ଷଷ୍ଠତମ ସ୍ୱ-ନକ୍ଷତ୍ର ଦିବସ ଓ ୨ୟ ଡିଜିଟାଲ ନିଉଜ ସ୍ୱ-ନକ୍ଷତ୍ର ପାଳନ କରିଛି । ମୁଖ୍ୟସମ୍ପାଦକ ଅଭିଷେକ ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ କଟକ ବାରବାଟି ନିର୍ବାଚନ ମଣ୍ଡଳୀର ବିଧାୟକ ମହମ୍ମଦ ମୋକିମ୍, ସମ୍ମାନିତ ଅତିଥି ଭାବେ ମାରୱାଡି ସମାଜର ପୂର୍ବତନ ଅଧ୍ୟକ୍ଷ ବିଜୟ ଖଣ୍ଡେଲୱାଲ, ସିଏମ୍‌ଏସ୍‌ ପରାମର୍ଶଦାତା ରମଣ ବାଗଡିଆ, ସୁରେଶ କମାନୀ, କଟକ ମହାନଗର ନିଗମର କରୋନା ନିୟନ୍ତ୍ରଣ କକ୍ଷ ଅଧିକାରୀ ଡାକ୍ତର ସ୍ମୃତି ରଞ୍ଜନ ସାମଲ ପ୍ରମୁଖ ଯୋଗଦେଇ ଓଡ଼ିଶାର ପୁରପଲ୍ଲୀରୁ ଆସିଥିବା ସାମ୍ବାଦିକ ବନ୍ଧୁ ମାନଙ୍କୁ ଉତ୍ସାହିତ କରିଥିଲେ । ଏ ଅବସରରେ ଓଡ଼ିଶାର କୋଣ ଅନୁକୋଣର ତଥ୍ୟକୁ ନେଇ ନିଷ୍ଠାପର ଭାବେ ସମାଜ ସଂସ୍କାର କ୍ଷେତ୍ରରେ ବରଗଡ ଜିଲ୍ଲା ପଦ୍ମପୁରର ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ ତାଙ୍କ ଲେଖନୀ ମୁନରୁ ସୃଷ୍ଟି ନିରାଟ ସତ୍ୟ ସମ୍ବାଦମାନ ପରିବେଷଣ କରି ସମାଜରେ ସଂସ୍କାର ଆଣିବା ଲକ୍ଷ୍ୟରେ ପ୍ରଚେଷ୍ଟା ଜାରି ରଖିଥିବା ହେତୁ ଅନୁଷ୍ଠାନ ତରଫରୁ କ୍ରାନ୍ତି ଓଡିଶା ସମ୍ମାନ-୨୦୨୧ରେ ତାଙ୍କୁ ମର୍ଯ୍ୟାଦା ସହକାରେ ଉପଢୌକନ ସହ ସମ୍ମାନିତ କରାଯାଇଥିଲା । ପ୍ରତିବର୍ଷ ଅନୁଷ୍ଠାନ ପକ୍ଷରୁ ଏଇ ସମ୍ମାନ ଓଡ଼ିଶାର ଜଣେ ଲେଖାଏଁ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇ ଆସୁଅଛି । ଦେଶରେ ଅନ୍ୟାନ୍ୟ ଅତ୍ୟାଚାର, ବ୍ୟଭିଚାର ଏମିତି ଅନେକ ସମସ୍ୟା ଉପରେ ସମସ୍ୟା ବଢ଼ିଚାଲିଛି । ଅନ୍ୟାୟ ବିରୁଦ୍ଧରେ ଜନସଚେତନତା ସୃଷ୍ଟି କରିବା କ୍ରାନ୍ତି ଓଡିଶାର ମୂଳ ଲକ୍ଷ୍ୟ ଏବଂ ବହୁ କମ ସମୟ ଭିତରେ ଅନେକ ପାଠକଙ୍କ ଆଗରେ ଡିଜିଟାଲ କ୍ରାନ୍ତି ଓଡିଶା ଆଦୃତ ହୋଇ ପାରିଥିବାରୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ ଏକ ସ୍ୱରରେ ଭାରତ ମାତାଙ୍କୁ ସମ୍ମାନ ଜଣାଇ ଜାତୀୟ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ସାଙ୍ଗ ହୋଇଥିଲା ।

jittmm
Leave A Reply

Your email address will not be published.