oom

ପଞ୍ଚାୟତ ସ୍ତରୀୟ ଫେଡେରେସନ୍‌ ବୈଠକ

jsmm

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ବିଜାପାଟି ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ କ୍ରାଫଟ୍‌କେ ପ୍ରକଳ୍ପ ଜରିଆରେ ପଂଚାୟତ ସ୍ତରୀୟ ଫେଡରେସନ୍‌ କର୍ମକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଟେରଚାପଲା, ଶୀଷାଖଲ, ସିଲେଟପଡା, କାର୍ଣ୍ଣିଖୁଣ୍ଟି, ବିଜାପାଟି ପ୍ରଭୁତି ଗାଁର ତିରିଶ ଜଣ ଗ୍ରାମ ବିକାଶ କମିଟିର କର୍ମକର୍ତ୍ତାଙ୍କ ଅଂଶଗ୍ରହଣରେ ପଞ୍ଚାୟତ ସ୍ତରୀୟ ଫେଡରେସନ ସଭାପତି ଭାବେ ଦ୍ରୋଣ ସାହୁ, ଉପସଭାପତି ଆକାଶୀ ମାଝୀ, ସମ୍ପାଦକ ଭାବେ ତେଜରାଜ ତାଣ୍ଡି, ସହସମ୍ପାଦକ ଗୌରୀ ଦୀପ, କୋଷାଧ୍ୟକ୍ଷ ସୁରେନ୍ଦ୍ର ବାଗ ମନୋନୀତ ହୋଇଥିଲେ । ଫେଡରେସନ୍‌ ତରଫରୁ ଆଗାମୀ ଦିନରେ ଗାଁ ସମସ୍ୟାକୁ ପଲ୍ଲୀ ସଭା, ଗ୍ରାମ ସଭା ଜରିଆରେ ସମାଧାନ ପାଇଁ ପଦକ୍ଷେପ ନେବା ଓ ଜଙ୍ଗଲ ସୃଷ୍ଟି, ଜଳ ସୁରକ୍ଷା, ଜୈବିକ ପଦ୍ଧତିରେ ଚାଷ କରିବା, ତଥା ଚାଷ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଗାଁ ସ୍ତରରେ ଲୋକଙ୍କୁ ଏକଜୁଟ କରାଯିବ ବୋଲି ସଭାପତି ଦ୍ରୋଣ ସାହୁ କହିଛନ୍ତି । ବୈଠକରେ ବ୍ଲକ ଫେଡରେସନ୍‌ର ସଭାପତି ଜୀବର୍ଦ୍ଧନ ସାହୁ, ସଂପାଦକ ଭୁପିନ୍ଦର ଚୌଧୁରୀ, ଉପଦେଷ୍ଟା କମିଟିର ଅଧ୍ୟକ୍ଷ ନନ୍ଦିକିଶୋର ମାଝୀ, ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.