jayashree

ଶିଶୁ ସୁରକ୍ଷା ଓ ଶିଶୁ ଯୌନ ନିର୍ଯାତନା ନିରାକରଣ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ ସମାଜର ତୃଣମୂଳ ସ୍ତରରେ ଉତ୍ତମ ସମ୍ପର୍କ ରକ୍ଷା କରିବାରେ ସକ୍ଷମ ଥିବା ସହ ଜନସାଧରଣଙ୍କ ବିଶ୍ୱାସଭାଜନ ହୋଇଥିବା ହେତୁ ଶିଶୁ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଏଣୁ ସେମାନେ ଶିଶୁ ସୁରକ୍ଷା ଓ ଶିଶୁ ଯୌନ ନିର୍ୟାତନା କ୍ଷେତ୍ରରେ ସଠିକ ନିର୍ଣ୍ଣୟ ନେବା ପାଇଁ ଏହି କ୍ଷେତ୍ରରେ ରହିଥିବା ଆଇନ ଓ ସରକାରୀ ନିୟମ ସମ୍ପର୍କରେ ଜାଣିବା ଆବଶ୍ୟକ ବୋଲି ରୋଟାରୀ କ୍ଲବ ସଭାନେତ୍ରୀ ତଥା ବିଶିଷ୍ଟ ଶିକ୍ଷାବିତ ଏସ୍‌. ରେଖା ମହାନ୍ତି କହିଛନ୍ତି । ଶିଶୁ ସୁରକ୍ଷା ଏବଂ ଶିଶୁ ଯୌନ ନିର୍ୟାତନା ନିରାକରଣ ପାଇଁ କାର୍ଯ୍ୟରତ ଥିବା ସଂସ୍ଥା ଗୁଡିକୁ କ୍ଷମତାଶାଳୀ କରିବା ପାଇଁ ଛତ୍ରପୁର ଠାରେ ଆୟୋଜିତ ଏକ କର୍ମଶାଳାରେ ଯୋଗ ଦେଇ ସେ ଏହା କହିଛନ୍ତି । ଭୁବନେଶ୍ୱର ସ୍ଥିତ ପିକକ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଥିବା ସେଲ୍ଟର ଓ ଛତ୍ରପୁର ରୋଟାରୀ କ୍ଲବ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଧୀରେନ୍ଦ୍ର ନାଥ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ବେଚ୍ଛାସେବୀ ସଂଗଠକ ଅରୁଣ ଶତପଥୀ ସାଧନ କର୍ମୀ ଭାବେ ଯୋଗଦେଇଥିଲେ । ଛତ୍ରପୁର ବ୍ଳକର ୫୦ ଜଣ ଅଙ୍ଗନବାଡି କର୍ମୀମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.