ସାଗରକନ୍ୟା ଯୁବକ ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୋଡମପେଟା ଓ ଡିଆର୍‌ପି କଲୋନୀରେ ସାଗରକନ୍ୟା ଯୁବକ ସଂଘ ପକ୍ଷରୁ ଏମ୍‌ପିଟି ଟ୍ୟୁଟରିଆଲ୍‌ ସହଯୋଗରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବକ ସଂଘ ସଭାପତି ଜେ. ଟିଟୁଙ୍କ ନେତୃତ୍ୱ ଓ ଯୁବକ ସଂଘର କର୍ମକର୍ତ୍ତା ଓ ସଦସ୍ୟଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଦିଲିପ କୁମାର ଛୋଟରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଗଞ୍ଜାମ ପ୍ରେସ୍‌ କ୍ଳବ ତଥା ଗଞ୍ଜାମ ସାଂସ୍କୃତିକ ମଞ୍ଚ ଉପଦେଷ୍ଟା ଉମାକାନ୍ତ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ନୃତ୍ୟ ଓ ସଙ୍ଗୀତରେ ଭାଗ ନେଇଥିବା କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ୱାର୍ଡ ମେମ୍ବର ବି.ଏରିଗା, ସିଏଚ୍‌ ସାତିଗା, ଏସ୍‌. ପୁଣ୍ୟବତୀ, ବି. ଶ୍ୟାମ ସୁନ୍ଦର, ସିଏଚ୍‌. ତ୍ରିନାଥ, ସିଷ୍ଟେର ଲୁସି, ସିଷ୍ଟେର ହଂସଦା, ଯୁବ ପ୍ରତିଭା ଦୁର୍ଗା ପ୍ରସାଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ନୃତ୍ୟ, ସଙ୍ଗୀତ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ଅତିଥି ମାନଙ୍କ ଦ୍ୱାରା ପୂର୍ବରୁ ଅନୁଷ୍ଠିତ ହୋଇଥିବା କ୍ରୀଡା ଓ ଆୟୋଜିତ କାର୍ଯ୍ୟକ୍ରମର କୃତି ପ୍ରତିଭାମାନଙ୍କୁ ମାନପତ୍ର ଓ ଉପହାର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ସିଏଚ୍‌. ପଦ୍ମିନୀ ସଂଯୋଜନା କରିଥିବା ବେଳେ ବି. ବାବାଜୀ, ସିଏଚ୍‌.ଗୌରହରି, ସିଏଚ୍‌. ବୁଦ୍ଧିଆ, ବି.ବଳରାମ ପ୍ରମୁଖ ଏହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।

Leave A Reply

Your email address will not be published.