oom

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପାଇକମାଲ ବ୍ଲକ ଲଖମରା, ବାଦିକଟା, ଭେଙ୍ଗରାଜପୁର ପଞ୍ଚାୟତର ଚାଷୀମାନଙ୍କୁ ବୀମା କମ୍ପାନୀ ବୀମା ପ୍ରାପ୍ୟ ପ୍ରଦାନରେ ତଞ୍ଚକତା କରୁଥିବା ଏବଂ ପ୍ରଶାସନ, ଚାଷୀ ପ୍ରତିନିଧି ଏବଂ ବୀମା କମ୍ପାନୀ ଅଧିକାରୀଙ୍କ ପୂର୍ବରୁ ହୋଇଥିବା ଆଲୋଚନା ଅନୁଯାୟୀ କମ୍ପାନୀ ପ୍ରାପ୍ୟ ଦେବାକୁ ରାଜି ହୋଇଥିଲା । ହେଲେ ଏ ଯାଏ ଚାଷୀଙ୍କୁ ଗତ ୨୦୧୯ ବର୍ଷ ର ଖରିପ ଫସଲ ବୀମା ରାଶି ମିଳି ପାରି ନାହିଁ। ଅନ୍ୟପଟେ କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରୁଥିବାର ଅଭିଯୋଗ ଚାଷୀମାନେ ବାରମ୍ବାର କରିଥିବା ବେଳେ ପ୍ରଶାସନ ଏ ବିଷୟକୁ ଗୁରୁତ୍ୱ ସହିତ ନ ନେଉଥିବା ଅଭିଯୋଗ କରି ଆଜି ଚାଷୀମାନେ ଗତକାଲି ଲଖମରା କଲେଜ ଛକଠାରେ ରାସ୍ତା ରୋକ କରିଥିଲେ। ଫଳରେ ପଦ୍ମପୁର-ଜଗଦଲପୁର-ଛତିଶଗଡ଼ ରାଜରାସ୍ତାକୁ ଅବରୋଧ କରି ଆନ୍ଦୋଳନ ପନ୍ଥା ଅପଣେଇଥିଲେ ଚାଷୀ । ଝାରବନ୍ଧ ତହସିଲଦାର ଅନୀଲ କୁମାର ହୋତା ଆନ୍ଦୋଳନ ସ୍ଥଳକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ କୌଣସି ଫଳ ବାହାରି ନଥିଲା । ପରେ ଚାଷୀମାନେ ନିଜସ୍ୱ ଆଲୋଚନା ପରେ ରାସ୍ତାରୋକ ଛାଡିବା ସହ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ ସହ ତାଲା ଖୋଲିବାକୁ ଦେଇନାହାନ୍ତି । ବହୁ ସଂଖ୍ୟାରେ ଚାଷୀ ଯୋଗ ଦେଇ ସମ୍ପୂର୍ଣ କୋଭିଡ଼ ନିୟମ ଅନୁଯାୟୀ ଆନ୍ଦୋଳନରେ ବସିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖକୁ ଆସି ଚାଷୀମାନଙ୍କ ସହ କଥା ହୋଇ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଚାଷୀମାନେ ବାଟ ଛାଡି ନଥିଲେ । ଫଳରେ ଉପଜିଲ୍ଲାପାଳ ନିରୁପାୟ ହୋଇ କାର୍ଯ୍ୟାଳୟ ସମ୍ମୁଖରୁ ଫେରି ଯାଇଥିଲେ ।

jittmm
Leave A Reply

Your email address will not be published.