csstore

ବିଶ୍ଵ ଅଙ୍ଗଦାନ ଦିବସରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରୁ ୩୭ ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ମର୍ଣିଂ ୱାକ ଗ୍ରୁପ ଓ ନିଷ୍ଠା ପାରିବାରର ମିଳିତ ଉଦ୍ୟମରେ ଆଜି ବରଗଡ଼ର ଆଶା କିରଣଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଯୋଗଦେଇ ଫିତା କାଟି ଶିବିରକୁ ଉଦ୍ଘାଟନ କରିଥିଲେ । କେବଳ ଶୁଭ ମାଙ୍ଗଳିକ କିମ୍ବା ପୂଜା କର୍ମରେ ପତିପତ୍ନୀର ଆବଶ୍ୟକତା ହୁଏ ନାହିଁ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ପ୍ରମୁଖ ଭୂମିକା କପଲ୍‌ ଡୋନର୍‌ ମାନଙ୍କର ରହିଛି ଏହାର ଉଦାହରଣ ଆଜି ଏଠାରେ ଦେଖିଲି ବୋଲି ବିଧାୟକ ଦେବେଶ ଆଚାର୍ଯ୍ୟ କହିଥିଲେ ଓ ସମସ୍ତଙ୍କୁ ପ୍ରଶଂସା ପତ୍ର ସହ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରରେ ଏଗାର ଯୋଡ଼ା ଦମ୍ପତ୍ତି ମଧ୍ୟ ରକ୍ତଦାନ କରିଥିଲେ । ମୋର୍ଣିଂ ୱାକ ଗ୍ରୁପର ସଦସ୍ୟ ସଞ୍ଜୀବ ଡାଲମିଆ, ଗିରଧର ଅଗ୍ରୱାଲ, ଅଜିତ ପଟ୍ଟନାୟକ, ମୁକେଶ ରେଖାନି, ମହେଶ ଅଗ୍ରୱାଲ, କପିଲ ଅଗ୍ରୱାଲ, ନିଷ୍ଠା ପରିବାରର ଉପଦେଷ୍ଟା ବିଦ୍ୟାଧର ଭୋଇ, ଆଶିଷ କର, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ପ୍ରମୁଖ ଶିବିର ପରିଚାଳନା କରିଥିଲେ । ସମସ୍ତ ରକ୍ତଦାତା ଓ ସହଯୋଗୀଙ୍କୁ ନିଷ୍ଠା ପରିବାର ତରଫରୁ ଧନ୍ୟବାଦ ଜଣାଯାଇଛି ।

jayashree
Leave A Reply

Your email address will not be published.