ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ସମ୍ବର୍ଦ୍ଧିତ କଲେ କଳାକାର ସଂଘ

ବରଗଡ଼ : (ସତ୍ୟ ନାରାୟଣ ପ୍ରଧାନ) ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ଗତକାଲି ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହି ଅବସରରେ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାସଂଘର ଅଧକ୍ଷ ଚୈତନ୍ୟ ପାଇକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ କଳାକାର ମାନଙ୍କୁ ସବୁବେଳେ ସହଯୋଗ କରାଯିବ ବୋଲି କହିଥିଲେ । ଜିଲ୍ଲାର କଳା ସଂସ୍କୃତିକୁ ଦେଶର ବିଭିନ୍ନ ପ୍ରାନ୍ତରେ ପହଞ୍ଚାଇବାକୁ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଭୁବନେଶ୍ୱର ପ୍ରଧାନ (କଂସ ମହାରାଜ), ସମ୍ପାଦକ ଗୋପବନ୍ଧୁ ପୁରୋହିତ ଉପସ୍ଥିତ ଥିଲେ ।

Leave A Reply

Your email address will not be published.