ଖପ୍ରାଖୋଲରେ ନୂତନ ତହସିଲଦାରଙ୍କ ଯୋଗଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ତହସିଲଦାର ପଦବୀ ଖାଲି ପଡିବା ପରେ କାଲି ନୂତନ ତହସିଲଦାର ଭାବେ ଆଦିତ୍ୟ କୁମାର ମିଶ୍ର ଯୋଗ ଦେଇଛନ୍ତି । ଭାରପ୍ରାପ୍ତ ତହସିଲଦାର ଧିରେଜ ପାତ୍ରଙ୍କ ଠାରୁ ନୂତନ ତହସିଲଦାର ଶ୍ରୀ ମିଶ୍ର ବୁଧବାର ଦିନ ଦାୟିତ୍ଵ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବରରେ ତହସିଲଦାର ନୀରଞ୍ଜନ ନାଏକଙ୍କ ବଦଳି ପରେ ପାଟଣାଗଡ଼ ଅତିରିକ୍ତ ତହସିଲଦାର ଧିରେଜ ପାତ୍ର ଭାରପ୍ରାପ୍ତ ତହସିଲଦାର ଭାବେ ଯୋଗଦେଇ ଥିଲେ । ତହସିଲଦାର ଶ୍ରୀ ମିଶ୍ର ରାଉରକେଲା ସବ୍ ରିଜିଷ୍ଟ୍ରା ଭାବେ କାର୍ଯ୍ୟରତ ଥିଲେ ।

Leave A Reply

Your email address will not be published.