୩୨ ବୋତଲ କଫ୍‌ ସିରିପ ଜବତ ସହ ଜଣେ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ସାନଉଡେନ ଖେଳ ପଡିଆ ନିକଟରେ ଲୁହାସିଂହା ଗ୍ରାମର ରାସନ ସାହୁ ନାମକ ଜଣେ ଯୁବକ କଫ୍‌ ସିରିପ ବିକ୍ରୟ କରୁଥିବା ବେଳେ ପୁଲିସ ଗିରଫ କରିଥିବା ଜଣାପଡିଛି । ତା’ ପାଖରୁ, ୩୨ ବୋତଲ କଫ୍‌ ସିରିପ ଜବତ କରାଯାଇଛି । ପ୍ରକାଶ ଯେ, ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମର ରାସନ ସାହୁ ସାନଉଡେନ ଖେଳ ପଡିଆ ନିକଟରେ ବିକ୍ରି କରୁଥିଲା । ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଉକ୍ତ ଯୁବକ ଧରାପଡିଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ ଦେଇଛନ୍ତି ।

Leave A Reply

Your email address will not be published.