ଟ୍ରାକ୍ଟର ଜବତ କରି ୧୦ ହଜାର ଫାଇନ୍‌ ଆଦାୟ କଲେ ତହସିଲଦାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ତହସିଲ ଅଧିନସ୍ଥ କଳାହାଣ୍ଡି ଛକ ନିକଟରେ ବେଆଇନ ଭାବେ ବାଲି ଟ୍ରାକ୍ଟର ଯୋଗେ ଚାଲାଣ ହେଉଥିବା ନେଇ ତହସିଲଦାର ଯୋଗେଶ୍ୱର ଧରୁଆ ଓ ଆର୍‌ଆଇ ଅଶ୍ୱିନୀ କୁମାର ଜାଲ ପେଟ୍ରୋଲିଂ କରୁଥିବା ବେଳେ ସେହି ରାସ୍ତାରେ ଯାଉ ଥିବା ଟ୍ରାକ୍ଟର ଗାଡି ଓଡି୦୩ଏମ୍‌୩୧୮୮ ଅଟକାଇ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଟ୍ରାକ୍ଟରଟିକୁ ୧୦ ହଜାର ଟଙ୍କା ଫାଇନ କାଟି ଥିଲେ । ଗାଡି ମାଲିକ କନକ ମାଝୀ ଆସି ଫାଇନ ଦେବା ପରେ ଗାଡିକୁ ତହସିଲଦାର ଶ୍ରୀ ଧରୁଆ ଛାଡି ଦେଇ ଥିଲେ । ତେବେ ତହସିଲଦାରଙ୍କ ଏଭଳି ତତ୍ପରତାକୁ ନେଇ ସାଧାରଣରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.