jsm

ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାର ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ । ଏଥିରେ କୋଭିଡ ନିୟମାବଳୀ ପାଳନ ସହିତ ସୀମିତ କିର୍ୟ୍ୟସୂଚୀ ଅନୁଯାୟୀ ସ୍ୱାଧୀନତା ଦିବସ ପାଳନ ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଉକ୍ତ ଦିନ ସକାଳୁ ରାମଧୂନ, ଆନୁଷ୍ଠାନିକ ପତାକା ଉତ୍ତୋଳନ, ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଏବଂ ୯.୧୫ ମିନିଟରେ ଜର୍ଜ ହାଇସ୍କୁଲ ପଡ଼ିଆରେ ଜିଲ୍ଲା ସ୍ତରୀୟ ଜାତୀୟ ପତାକା ଉତ୍ତୋଳନ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମାପନ ହେବ। କୋଭିଡ କଟକଣା ଯୋଗୁଁ କେବଳ ପୋଲିସ ବାହିନୀ ପ୍ୟାରେଡରେ ଅଂଶ ଗ୍ରହଣ କରି ଜାତୀୟ ପତାକା ଓ ମୁଖ୍ୟ ଅତିଥିଙ୍କୁ ସମ୍ମାନ ପ୍ରଦର୍ଶନ କରିବେ । ୫୦ ଅତିଥି, ୨୦ ଜଣ କରୋନା ଯୋଦ୍ଧା ଉତ୍ସବରେ ସାମିଲ ହୋଇପାରିବେ । ସଭାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ । ଏସପି ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ସୁମତୀ ପଣ୍ଡା, ସଦାନନ୍ଦ ପୂଜାରୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.