ଆମ୍ବୁଲାନ୍ସକୁ ପିଟିଲା ବାଇକ : ୩ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବୁର୍ଡା ଛକ ଠାରେ ଆମ୍ବୁଲାନ୍ସକୁ ଏକ ବାଇକ ପିଟି ନେଇଛି । ଫଳରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମତେ ଦେଓଗାଁ ବିଳାପୁର ଠାରୁ କୁମ ଦିନି ଖାଡିଆ, ପ୍ରଦୀପ ଖାଡ଼ିଆ, ସାବେତ୍ରୀ ଖାଡ଼ିଆ ଏକ ବାଇକ ଯୋଗେ ସଇଁନ୍ତଲାକୁ ଆସୁଥିଲେ । ହେଲେ ଆମ୍ବୁଲାନ୍ସ ପଛପଟେ ବାଇକଟି ପିଟି ହୋଇଯିବାରୁ ଗୁରୁତର ଅବସ୍ଥାରେ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.