ଗଣେଶ ଉତ୍ସବ ପାଳନ ଉପରେ କଟକଣା : ବିଜେପି ବିଧାୟକଙ୍କ ଅଭିଯୋଗ, ମୁମ୍ବାଇର ପରିସ୍ଥିତି ବଙ୍ଗଳା ଭଳି ହେଲାଣି

ମୁମ୍ବାଇ : ଭାରତୀୟ ଜନତା ପାର୍ଟିର ବିଧାୟକ ନୀତେଶ ରାଣେ କହିଛନ୍ତି ଯେ, ମୁମ୍ବାଇର ପରିସ୍ଥିତି ପଶ୍ଚିମବଙ୍ଗର ଅବସ୍ଥା ସହିତ ସମାନ, ଯେଉଁଠାରେ ଦୁର୍ଗା ପୂଜା ପର୍ବ ନିଷେଧ କରାଯାଇଥିଲା । ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନୂତନ ନିୟମ ଅନୁଯାୟୀ ଗଣେଶ ଉତ୍ସବ ମଣ୍ଡଳଙ୍କ ପାଇଁ ଏହି ପର୍ବ ପାଳନ କରିବା କଷ୍ଟକର । ଆମେ ଆମର ଚିନ୍ତାଧାରା ରାଜ୍ୟପାଳଙ୍କ ନିକଟରେ ପହଞ୍ଚାଇଛୁ । ବିଜେପି ବିଧାୟକ ରାଜ୍ୟର ଉଦ୍ଧବ ଠାକ୍‌ରେ ସରକାରଙ୍କୁ ଦୋଷାରୋପ କରି କହିଛନ୍ତି ଯେ, କିଛି ସମୟ ପୂର୍ବରୁ ଅନ୍ୟ ଧାର୍ମିକ ପର୍ବ ପାଳନ କରାଯାଉଥିଲା । ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ହୋଇନଥିଲେ । ତେବେ କେବଳ ହିନ୍ଦୁମାନେ କାହିଁକି ? ହିନ୍ଦୁ ଧର୍ମ ବିପଦରେ । ଆମର ଉତ୍ସବର ସୁରକ୍ଷା ପାଇଁ ଆମେ ରାଜ୍ୟପାଳଙ୍କୁ କହିଛୁ, ନଚେତ୍ ଠାକ୍‌ରେ ସରକାର ଏହି ପର୍ବକୁ ଧୀରେ ଧୀରେ ଶେଷ କରିଦେବେ ।

Leave A Reply

Your email address will not be published.