oom

ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ୍, ମ୍ୟୁନିସିପାଲଟି ଓ ଏନଏସିର ଯୁବ ବିଜେଡି କର୍ମକର୍ତ୍ତା ଘୋଷିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଯୁବ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼. ବ୍ୟୋମକେଶ ରାୟଙ୍କ ବଲାଙ୍ଗିର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସୁଶାନ୍ତ ସିଂହ, ବିଜେଡି ଜିଲ୍ଲା ସଭାପତି ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ପୂର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ପାଟଣାଗଡ ବିଧାୟକ ସରୋଜ ମେହେର, ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଏବଂ ଯୁବନେତା ନିହାର ବେହେରାଙ୍କ ପରାମର୍ଶ ଅନୁସାରେ ଟିଟିଲାଗଡ ନିର୍ବାଚନମଣ୍ଡଳୀର ଟିଟିଲାଗଡ ପୌରାଞ୍ଚଳ, ଟିଟିଲାଗଡ ବ୍ଲକ, ସଇଁନ୍ତଲା ବ୍ଳକ, ଗୁଡଭେଲା ବ୍ଲକ, ତୁଷୁରା ଏନ୍‌ଏସି, ପାଟଣାଗଡ ନିର୍ବାଚନ ମଣ୍ଡଳୀର ପାଟଣାଗଡ ବ୍ଲକ, ପାଟଣାଗଡ ଏନ୍‌ଏସି, ବେଲପଡା ବ୍ଲକ, ଖପ୍ରାଖୋଲ ବ୍ଳକ, ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବଲାଙ୍ଗିର ସଦର ବ୍ଲକ, ଦେଓଗାଁ ବ୍ଲକ, ବଲାଙ୍ଗିର ମୁନିସିପାଲିଟି, ଲୋଇସିଂହା ନିର୍ବାଚନ ମଣ୍ଡଳୀର ଆଗଲପୁର ବ୍ଲକ ଓ ପୁଇଁନ୍ତଲା ବ୍ଲକର ଯୁବ ବିଜେଡ଼ି କମିଟିର ନୂତନ ବ୍ଲକ, ପୌରାଞ୍ଚଳ, ଏନ୍‌ଏସିର ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ବ୍ଳକ ଆଇଟି ସଂଯୋଜକ, ପଞ୍ଚାୟତ ସଭାପତି, ପୌରାଞ୍ଚଳ ଏନ୍‌ଏସିର ୱାର୍ଡ ସଭାପତି, ପଞ୍ଚାୟତ ଆଇଟି ସଂଯୋଜକ, ପୌରାଞ୍ଚଳ ଏନ୍‌ଏସିର ୱାର୍ଡ ଆଇଟି ସଂଯୋଜକଙ୍କ ନାମ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ଘୋଷଣା କରିଛନ୍ତି । ଏହି କମିଟିରେ ନିର୍ବାଚନ ମଣ୍ଡଳୀର ସଂଗ୍ରାମୀ ଯୁବ ନେତାମାନଙ୍କୁ ସାମିଲ କରାଯାଇଛି । ସମସ୍ତ ଯୁବ ସଦସ୍ୟଙ୍କୁ ପୂର୍ବତନ ସାସଂଦ ଅନଙ୍ଗ ଉଦୟ ସିଂହଦେଓ, ପୂର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ, ମନ୍ତ୍ରୀ ଟୁକୁନୀ ସାହୁ, ମନ୍ତ୍ରୀ ତଥା ବଲାଙ୍ଗିର ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂହ, ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ବିଧାୟକ ସରୋଜ ମେହେର, ଯୁବନେତା ଅର୍କେଶ ନାରାୟଣ ସିଂହଦେଓ, ନିହାର ବେହେରାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

jittmm
Leave A Reply

Your email address will not be published.