jayashree

କବି ସତ୍ୟନାରୟଣ ବେରିଆଙ୍କ ମାତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୁଧବାର ଦିନ ସନ୍ଧ୍ୟା ୮ଟା ବେଳେ କବି ସତ୍ୟନାରୟଣ ବେରିଆଙ୍କ ମାତା ଶ୍ରୀମତୀ ଅମ୍ବିକା ବେରିଆ ୬୫ ବର୍ଷ ବୟସରେ ଝୁନୁଙ୍ଗାପାଲି ବାସଭବନ ଠାରେ ଦେହାନ୍ତ ଘଟିଥିବା ଜଣାପଡିଛି । ସେ ଥିଲେ ମିଷ୍ଟଭାଷୀ ଧର୍ମପରାୟଣା ମହିଳା । ତାଙ୍କର ବିୟୋଗରେ ଝୁନୁଙ୍ଗାପାଲି ଗ୍ରାମରେ ଶୋକର ଛାୟା ଖେଲି ଯାଇଛି । ତାଙ୍କ ପଛରେ ସ୍ୱାମୀ ଚତୁର ବେରିଆ, ପୁଅ ସତ୍ୟ ନାରୟଣ, ସୂର୍ୟ୍ୟ ନାରାୟଣ, ନାତିଙ୍କୁ ଛାଡି ଦେଇ ଯାଇଛନ୍ତି । ଗରୁବାର ସକାଳ ୭ଟା ସମୟରେ ଗ୍ରାମର ନିକଟସ୍ଥ ନଦୀ କୂଳରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି । ତାଙ୍କର ବଡପୁଅ କବି ସତ୍ୟନାରାୟଣ ବେରିଆ ମୁଖଗ୍ନି ଦେଇଥିଲେ ।

Leave A Reply

Your email address will not be published.