jayashree

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମାଠାରେ ସ୍ୱାଧୀନତା ଦିବସ-୨୦୨୧ ପାଳନ ନିମନ୍ତେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ସମସ୍ତଙ୍କୁ ସ୍ୱାଗତ କରି ପ୍ରାରମ୍ଭିକ ସୂଚନା ଦେଇଥିଲେ । ସ୍ୱାଧୀନତା ଦିବସ ପାଳନ ଅବସରରେ ଭୋର ୦୪-୩୦ମିରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୂନ ପରିବେଷଣ କରାଯିବ । ସକାଳ ଘଂ ୦୭-୩୦ରେ କୋଭିଡ ନିୟମ ମାନି ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ହେବ । ସକାଳ ଘଂ ୦୭-୩୦ ପରେ ପରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ସକାଳ ୯ଟା ୧୫ରେ ରିଜର୍ଭ ପୋଲିସ ପଡିଆଠାରେ ମୁଖ୍ୟଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ । କୋଭିଡ୍ କଟକଣା ଯୋଗୁଁ ଛାତ୍ରଛାତ୍ରୀ ପରେଡ୍‌ରେ ଅଂଶ ଗ୍ରହଣ କରିପାରିବେ ନାହିଁ କିମ୍ବା ସାଧାରଣ ଜନତାଙ୍କୁ ଉତ୍ସବସ୍ଥଳକୁ ଯିବା ଉପରେ କଟକଣା ରହିଛି । କେବଳ ଆରକ୍ଷୀ ବାହିନୀ ପରେଡ୍ ପରିବେଷଣ କରିବେ । ଡିଇଓଙ୍କ ଦ୍ୱାରା ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଉକ୍ତ ଦିନ ମୁଖ୍ୟ ଅତିଥିଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜିଲ୍ଲା ବନ ବିଭାଗ ତରଫରୁ କରାଯିବ । କୋଭିଡ୍ କଟକଣା ଯୋଗୁଁ ଚଳିତବର୍ଷ ସ୍ୱାଧୀନତା ଦିବସ ପାଳନରେ ସୀମିତ ସଂଖ୍ୟକ ବ୍ୟକ୍ତି, ଅନୁଷ୍ଠାନକୁ ଉତ୍ସବକୁ ନିମନ୍ତ୍ରଣ କରାଯିବ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ପିଡ଼ି ଡ଼ିଆରଡ଼ିଏ ଡୋଳାମଣି ପଟେଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଗଜୀବନ ପଟେଲ, ଏଡିଏମଓ ଡା. ପ୍ରଦୀପ କୁମାର ଗୁରୁ, ଡ଼ିଏସପି ହେମସାଗର ନନ୍ଦ, ଇଓ ମ୍ୟୁନିସିପାଲିଟି, ଏଡ଼ିଏଚ୍‌, ଡ଼ିଏସଡବ୍ଲୁ, ଏଏଫ୍‌ଓ, ଏସିଏଫ୍‌, ଆରଆଇ, ଏଡ଼ିଇଓ, ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.