jsm

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରକୁ ଜିଲ୍ଲାପାଳଙ୍କ ପରିଦର୍ଶନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟକୁ ଓଡିଶା ସରକାର ବିଦ୍ୟାଳୟ ରୂପାନ୍ତିକରଣ ଯୋଜନାରେ ସାମିଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଭିତ୍ତି ସଂରଚନାର ତଦାରଖ କରିବା ପାଇଁ ଆଜି ବରଗଡ ଜିଲ୍ଲାପାଳ ମୋନୀଷା ବେନାର୍ଜୀ ଏଆଇଏସ୍‌ ବିଦ୍ୟାଳୟ ପରି ଦର୍ଶନରେ ପହଞ୍ଚି ଥିଲେ । ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ସେବା ଶ୍ରୀ ଭୋଇଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସରର ସଜ୍ଜିକରଣକୁ ଜିଲ୍ଲାପାଳ ପ୍ରସଂଶା କରିଥିଲେ । ଦଶମ ଶ୍ରେଣୀ ନିରୀକ୍ଷଣ କରି ଝିଅମାନଙ୍କ ସହ କିଛି ସମୟ ବିତେଇଥିଲେ । ରୂପାନ୍ତରିଣ ଯୋଜନାରେ ଏକ ଇଲଶଇବ୍ରେରୀ, ଏକ କମ୍ପୁଟର ଲ୍ୟାବ, ବିଜ୍ଞାନ ପରୀକ୍ଷାଗାର, ଚାରିଗୋଟି ସ୍ମାର୍ଟ କ୍ଲାସ ଓ ଏକ ୟୁରିନାଲ ଗୃହ ନିର୍ମାଣ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର୍ଷଣ ବେହେରାଙ୍କୁ ନିର୍ଦ୍ଦେଶ ଦେଇ ଥିଲେ । ତାଙ୍କ ସହିତ ଭେଟ ହୋଇ ଛାତ୍ରୀମାନେ ବହୁତ ଉତ୍ସାହିତ ଜଣାପଡୁଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ କୋଭିଡ ସମୟରେ ଛାତ୍ରୀମାନଙ୍କର ବିଶେଷ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟକୁ ଆସି ସମସ୍ତଙ୍କୁ ଉତ୍ସାହିତ କରିଥିବାରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳନା କମିଟି ସଦସ୍ୟ, ସଦସ୍ୟା, ଆଲୁମିନି ସଦସ୍ୟାମାନଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଉଛି । ବିଦ୍ୟାଳୟରେ ଜ୍ୟୋତ୍ସ୍ନାରାଣୀ ସାହୁ, ଚିନ୍ତାମଣି ସାହୁ, ପ୍ରେମାନନ୍ଦ ବେହେରା, ଜୀବନନନ୍ଦ ସାହୁ, ମିନତୀ ଦାସ, ମାନସ ରଞ୍ଜନ ଶତପଥୀ, ସୁରେଶ ଚନ୍ଦ୍ର ଚୌହାନ, ସୁରେନ୍ଦ୍ର କୁମାର ଭୋଇ, ନିଲିମାରାଣୀ ମହାନ୍ତି, ଜ୍ୟୋତିରେଖା ମହାନନ୍ଦ, ଦୀପ୍ତିରଞ୍ଜନ ମଲ୍ଲିକ, ସୁଷମା ଦାଶ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ ଓ କମଳା କୁମ୍ଭାର ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.