ହରିଶଙ୍କର ହରିଣ ପାର୍କ : ଅଜଣା ସଂକ୍ରମଣ ଆଶଂକାରେ ୩ ଦିନରେ ୯ ହରିଣର ମୃତ୍ୟୁ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ହରିଶଙ୍କର ପୀଠ ଥିବା ହରିଣ ପାର୍କରେ ଅକାଳରେ ହରିଣ ମାନଙ୍କର ଜୀବନ ଯାଉଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତ ୩ ଦିନରେ ୯ ଗୋଟି ହରିଣର ମୃତ୍ୟୁ ଘଟିଛି । ତେବେ କ’ଣ ପାଇଁ ହରିଣ ମାନଙ୍କ ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନ ଥିବା ବେଳେ ଗତକାଲି କଟକରୁ ଏକ ରୋଗ ବିଶେଷଜ୍ଞ ଟିମ୍ ପହଞ୍ଚି ମୃତ୍ୟୁ ହରିଣ ମାନଙ୍କର ପଞ୍ଚନାମା କରିଥିଲେ । ତେବେ ପିଏମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପ୍ରାଣୀ ରୋଗ ବିଶେଷଜ୍ଞ ଡାକ୍ତର ମିହିର କୁମାର ନାୟକ କହିଛନ୍ତି । ପ୍ରାଣୀ ରୋଗ ବିଶେଷଜ୍ଞ ଡାକ୍ତର ମୃତ୍ୟୁଞ୍ଜୟ ବେହେରା, ଡାକ୍ତର ଜ୍ଞାନ ରଞ୍ଜନ ପଟ୍ଟନାୟକ, ଖପ୍ରାଖୋଲ ସହକାରୀ ପ୍ରାଣୀ ଚିକିତ୍ସକ ଅଧିକାରୀ ଡା.ସୁଜିତ କୁମାର ଶତପଥୀ ପ୍ରମୁଖ ନିରୀକ୍ଷଣ କରିଥିଲେ । ବର୍ତ୍ତମାନ ୩୭୦ ହରିଣ ଅଛନ୍ତି ବୋଲି ଦାୟିତ୍ଵରେ ଥିବା ରେଞ୍ଜର ଶ୍ରୀବତ୍ସ କୁମୁରା କହିଛନ୍ତି ।

Leave A Reply

Your email address will not be published.