csstore

ଜଙ୍ଗଲ ବିଭାଗର ମନରେଗା ଦୁର୍ନୀତି ଅଭିଯୋଗ : ୭୦ ବର୍ଷ ବୟସ୍କ ଲୋକଙ୍କ ଏକାଉଣ୍ଟରେ ପଡିଲା ଲକ୍ଷାଧିକ ଟଙ୍କା, ରେଞ୍ଜ ଅଫିସ ଘେରାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧ ବର୍ଷ ତଳେ ଜଙ୍ଗଲ ବିଭାଗ ଅଧିନରେ ମନରେଗା କାର୍ଯ୍ୟରେ ନିୟୋଜିତ ହୋଇଥିବା ପ୍ରାୟ ୫୦ ଜଣ ଶ୍ରମିକଙ୍କୁ ଆଜି ଯାଏ ମନରେଗା ଟଙ୍କା ମିଳି ନଥିବାରୁ ଏହାର ପ୍ରତିବାଦରେ ଆଜି ପାଖାପାଖି ୩୦ଜଣ ଯୁବକ ପାଇକମାଲ ଜଙ୍ଗଲ ବିଭାଗ ରେଞ୍ଜ ଅଫିସ ଘେରାଉ କରିଛନ୍ତି । ବରଗଡ ଜଙ୍ଗଲ ବିଭାଗ ଡିଏଫଓଙ୍କୁ ମଧ୍ୟ ଲିଖିତ ଜଣାଇଥିଲେ ସୁଦ୍ଧା ୧ ବର୍ଷ ବିତି ଯାଇଥିଲେ ମଧ୍ୟ ଜଙ୍ଗଲ ବିଭାଗ ଶ୍ରମିକ ମାନଙ୍କୁ ଟଙ୍କା ଦେଇ ନଥିବାରୁ ଶ୍ରମିକ ମାନେ ଅଭିଯୋଗ କରିବା ସହ ଯେଉଁମାନେ ମନରେଗା ଯୋଜନାରେ କାମ କରି ନାହାନ୍ତି ଓ ୭୦ ବର୍ଷ ବୟସ୍କ ଅନେକ ଲୋକଙ୍କ ଏକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର କରାଯାଇଥିବା ଗୁରୁତର ଅଭିଯୋଗ କରିଛନ୍ତି । ଧନେଶ୍ଵର ପ୍ରଧାନ ଓ ତାଙ୍କ ସ୍ତ୍ରୀ ଯାହାଙ୍କ ବର୍ଷ ୭୦ ବର୍ଷରୁ ଅଧିକ ତ୍ରିନାଥ ପ୍ରଧାନ, ସୌକିଲାଲ ବେଶ୍ରା ୭୨ ବର୍ଷ ଏମାନଙ୍କ ଏକାଉଣ୍ଟକୁ ଜଙ୍ଗଲ ବିଭାଗ ଲକ୍ଷାଧିକ ଟଙ୍କା ଜମାକରି ପୁଣି ରେଞ୍ଜର ସେମାନଙ୍କ ଏକାଉଣ୍ଟରୁ ଟଙ୍କା ଉଠାଇ ହଡ଼ପ କରି ନେଇଥିବା ଅଭିଯୋଗ ହେଉଛି । ପାଇକମାଲ ରେଞ୍ଜ ଅଧିନସ୍ଥ ଛେଲିଆମାଲ ଗ୍ରାମର ଶ୍ରମିକମାନେ ଛେଲିଆମାଲ ଜଙ୍ଗଲ ଚୁହାପାଲି ଗ୍ରାମ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କାର୍ଯ୍ୟରେ ୨୦୨୦ ଜୁଲାଇ ମାସରେ ନିୟୋଜିତ ହୋଇଥିଲେ । ୧ ବର୍ଷ ପରେ ମଧ୍ୟ ଶ୍ରମିକମାନେ ପ୍ରାପ୍ୟ ପାଇଲେ ନାହିଁ କାମ କରି ନଥିବା ବୟସ୍କ ଲୋକଙ୍କ ଏକାଉଣ୍ଟରେ ଜଙ୍ଗଲ ବିଭାଗ ରେଞ୍ଜର ଟଙ୍କା ଜମା କରି ଲକ୍ଷ ଲକ୍ଷ ଟଙ୍କା ହଡପ କରି ନେଇଥିବାର ଅଭିଯୋଗ ହୋଇଛି । କେନ୍ଦ୍ର ସରକାର ଯୋଗାଇ ଦେଇଥିବା ସିଏଏମ୍‌ପି ଯୋଜନାରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ବିନା କାମରେ ରେଞ୍ଜରେ ହଡ଼ପ ହୋଇଥିବାରୁ ଡିଏଫଓ ତୁରନ୍ତ ତଦନ୍ତ କରି ସଂପୃକ୍ତ ଅଧିକାରୀମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବା ପାଇଁ ରେଞ୍ଜ ଅଫିସ ଘେରାଉ କରିଥିବା ଶ୍ରମିକ ସର୍ବଶ୍ରୀ ଚିତ୍ତରଞ୍ଜନ ପ୍ରଧାନ, ଉମାକାନ୍ତ ବାଗ, ଉଜ୍ୱଳ ବରିହା, ସୌକିଲାଲ ବରିହା, ସୁବାଷ ନେଗୀ, ସତ୍ୟବାଦୀ ବାଗ, ଠାକୁର ପ୍ରଧାନ, ଡୋଲାମଣି ସାହୁ, ପିତାମ୍ବର ବରିହା, ଗଣେଷ ସାହୁ ଆଦି ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.