ଭିଜିଲାନ୍ସ ଜାଲରେ ସହକାରୀ ଚକ୍ଷୁ ଚିକିତ୍ସକ କିଶୋର ଚନ୍ଦ୍ର ପ୍ରଧାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ପଦ୍ମପୁର ସ୍ଥିତ ସହକାରୀ ଚକ୍ଷୁ ଚିକିତ୍ସକ କିଶୋର ଚନ୍ଦ୍ର ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ତେବେ ଏକା ସଙ୍ଗେ ମାରୁତି ନଗର ସ୍ଥିତ ଘରେ ଏବଂ ପଦ୍ମପୁର ଟାଲ ଗାଁରେ ପୈତୃକ ବାସଭବନ ଚଢ଼ାଉ ଜାରି ରହିଥିବା ବେଳେ ସମ୍ବଲପୁର, ବରଗଡ ଓ ସୋନପୁରର ଭିଜଲାନ୍ସ ଅଧିକାରୀ ଦୁଇଟି ଟିମ କରି ଏହି ରେଡ କରିଛନ୍ତି । ବର୍ତ୍ତମାନ ବରଗଡ ଭିଜିଲାନ୍ସ ଡିଏସ୍‌ପି ସୂଚନା ଦେଇଛନ୍ତି ଯେ, ଲକ୍ଷାଧିକ ଟଙ୍କାର ସୁନା ଗହଣା, ଆଠ ଗୋଟି ମୂଲ୍ୟବାନ ପ୍ଲଟ ସହ ମୂଲ୍ୟବାନ କୋଠାର ଆକଳନ କରାଯାଇଛି ।

Leave A Reply

Your email address will not be published.