ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହିତ ଜଳ ସମ୍ପଦ ସଚିବ ଅନୁ ଗର୍ଗ ଓ ଶିକ୍ଷା ସଚିବ ବଲାଙ୍ଗିର ଜିଲ୍ଲା ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ପାଣିଗ୍ରାହୀ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଉପସ୍ଥିତ ଥିଲେ । ୫୫ ଲକ୍ଷ ଟଙ୍କା ଖର୍ଚ୍ଚରେ ହେଉଥିବା ଉନ୍ନତିମୂଳକ କାମର ଅନୁଧ୍ୟାନ କରି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏହି ଅନୁଦାନରେ ହାଇସ୍କୁଲ ଭିତରେ ରଙ୍ଗ ବେରଙ୍ଗର ଚିତ୍ର ଆଙ୍କି ମିନି ପାର୍କ ଭଳି କାର୍ଯ୍ୟ କରିଛି ଶିକ୍ଷା ବିଭାଗ । ବିଭିନ୍ନ ରକମର ଫୁଲ ଗଛରେ ଶୋଭାପାଉଛି ବିଦ୍ୟାଳୟ । ରାଜ୍ୟ ସରକାରଙ୍କ ମୋ’ ସ୍କୁଲ ଅଭିଯାନରୁ ୪୫ ଲକ୍ଷ ଟଙ୍କା ଓ ଜିଲ୍ଲା ପରିଷଦ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ଏହି ଟଙ୍କାରେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ, ସହ ବିଦ୍ୟାପୀଠକୁ ସୋନ୍ଦର୍ଯ୍ୟ କରଣ କରାଯିବ । ଏହି କାମ କେମିତି ଭାବେ ଚାଲିଛି ତାହାକୁ ଦେଖିବା ପାଇଁ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ଆସିଥିଲେ । ଅନ୍ୟ ପକ୍ଷରେ ସଚିବଙ୍କ ଗସ୍ତକୁ ନେଇ ଦେଓଗାଁ ଥାନାରେ ୫ ଜଣ କଂଗ୍ରେସ କର୍ମୀ ଅଟକ ରଖାଯାଇଥିବା ଜଣାପଡିଛି ।