ଯୁକ୍ତ ଦୁଇ ପରୀକ୍ଷା ଫଳ : ଗଂଜାମ ମହାବିଦ୍ୟାଳୟକୁ ସଫଳତା

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଚଳିତ ବର୍ଷ ବିନା ପରୀକ୍ଷାରେ ଓ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ +୨ଫଳାଫଳ ଅନୁଯାୟୀ ଗଂଜାମ ମହାବିଦ୍ୟାଳୟକୁ ୯୨.୦୨% ସଫଳତା ମିଳିଛି । ମହାବିଦ୍ୟାଳର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ +୨ ବିଜ୍ଞାନ ଶ୍ରେଣୀରେ ଗଂଜାମ ମହାବିଦ୍ୟାଳୟରୁ ମୋଟ ୭୮ ଜଣ ପରକ୍ଷା ଦେଇଥିବା ବେଳେ ୭୧ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ କରିଥିବା ବେଳେ ୨୧ ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲିକ୍ଷିତା ସେଠୀ ୫୦୭ ନମ୍ବର ରଖି ମହାବିଦ୍ୟାଳୟ ଟପ୍ପର ହୋଇଥିବା ବେଳେ ତପସ୍ୱିନୀ ବେହେରା ୪୭୭, ଗ୍ଲୋରିମାମା ନାୟକ ୪୭୪,ଏ ଲିପକା ରେଡ୍ଡୀ ୪୬୯, କେ ଲଷ୍ମୀ ରେଡ୍ଡୀ ୪୫୯, କେ ସୁଜାତା ରେଡ୍ଡୀ ୪୫୮, ସଞ୍ଜୟ କୁମାର ସ୍ୱାଇଁ ୪୩୯, ଡୁନା ଅରୋନା ୪୩୯, ସୁପ୍ରିୟା ପ୍ରଧାନ ୪୩୪, ସୁଭସ୍ମିତା ପଲାଇ ୪୨୮ ନମ୍ବର ରଖି ଟପ୍ପ ୧୦ ତାଲିକାରେ ରହିଛନ୍ତି । ଚଳିତ ବର୍ଷର ପଳାଫଳ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ, ପ୍ରାଧ୍ୟାପକ ଅମର ବିଷୋୟୀ, ଅଧ୍ୟାପିକା ଅସ୍ମିତା ପଟ୍ଟନାୟକଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷା କର୍ମଚାରୀ ଓ ଅଭିଭାବକ ସମତେ ସମସ୍ତ ବିଦ୍ୟାର୍ଥୀଙ୍କୁ ଅଭିନନ୍ଦନ ଓ ସୁଭେଚ୍ଛା ଜଣାଇଛନ୍ତି ।ସମୟର ସଦୁପଯୋଗ କରି ପିତାମାତାଙ୍କ ଆଶୀର୍ବାଦ ନେଇ ଗୁରୁକୃପା ଲାଭ ପୂର୍ବକ ଶିକ୍ଷା ଆଚରଣ କଲେ ସଫଳତା ଆସିଥାଏ ବୋଲି ଅଧକ୍ଷ ଡ଼. ନନ୍ଦ କହିଛନ୍ତି ।

Leave A Reply

Your email address will not be published.