ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ : ଗଞ୍ଜାମ ବ୍ଲକ ଟପ୍ପର ଓ ଜିଲ୍ଲାରେ ଚତୁର୍ଥ ନମ୍ବରରେ ଶତାବ୍ଦୀ ପ୍ରିୟଦର୍ଶିନୀ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୀଳକଣ୍ଠ ନଗର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ସ୍କୁଲରେ ପଢ଼ୁଥିବା ଗଞ୍ଜାମ ବ୍ଲକ ପୋଇରାସି ପଂଚାୟତ ବି କାଇଁଚପୁର ଗ୍ରାମର ମାନସ ବେହେରାଙ୍କ ଝିଅ ଶତାବ୍ଦୀ ପ୍ରିୟଦର୍ଶିନୀ ବେହେରା ଜିଲ୍ଲାରେ ଚତୁର୍ଥ ନମ୍ବର ଓ ବ୍ଲକରେ ଟପ୍ପର ଥିବା ଜଣାପଡିଛି । ସେ ବିଜୁ ଯୁବ ଜନତା ଦଳ ଗଞ୍ଜାମ ବ୍ଲକ ଯୁବ ସଭାପତି ତଥା ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ବେହେରାଙ୍କ ନାତୁଣୀ । କଠିନ ପରିଶ୍ରମ, ଗୁରୁମା ଗୁରୁଜୀଙ୍କ ପ୍ରେରଣା ଓ ମା’ ବାପାଙ୍କ ଆର୍ଶୀବାଦରୁ ଏହି ସଫଳତା ପାଇଥିବା କହିଛନ୍ତି ପ୍ରିୟଦର୍ଶନୀ । ଭବିଷ୍ୟତରେ ସେ ଭଲ ଡାକ୍ତର ହୋଇ ଲୋକଙ୍କ ସେବା କରିବେ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.