ଦ୍ୱିତୀୟ ଜାତୀୟ ଅନଲାଇନ ଟାଏକାଣ୍ଡୋ ପୁମ୍ସି ପ୍ରତିଯୋଗିତାରେ ଗଞ୍ଜାମକୁ ୬ ପଦକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଜୁଲାଇ ମାସ ୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ଟାଏକାଣ୍ଡୋ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଦ୍ଵିତୀୟ ଜାତୀୟ ଆଭାଷୀ ଓପେନ ଟାଏକାଣ୍ଡୋ ପୁମ୍ସି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ୨୦ ଜଣ ଖେଳାଳି ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରି ୬ଟି ପଦକ ହାସଲ କରିଛନ୍ତି । ଏହି ଖେଳାଳି ମାନେ ସଂଘର ସମ୍ପାଦକ କେ. ମନୋଜ ପ୍ରଧାନଙ୍କର ନେତୃତ୍ବରେ ଅଂଶଗ୍ରହଣ କରିଥିଲେ । ମୋଟ ୬ଟି ପଦକ ମଧ୍ୟରୁ ଗୋଟିଏ ସ୍ୱର୍ଣ୍ଣ ହୋଇଥିବା ବେଳେ ୩ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ରହିଛି । ଏଥିରେ ସିନିୟର ମହିଳା ବର୍ଗରେ କେଏମପି ସ୍ପୋର୍ଟସ ଏକାଡେମୀର ଶୁଭଶ୍ରୀ ପାଢୀ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଜୁନିୟର ମହିଳା ବର୍ଗରେ ତେଜସ୍ୱିନୀ ପାଢୀ, ସବ ଜୁନିୟର ମହିଳା ବର୍ଗରେ ରୁନ୍ସି ବେହେରା, ସୁଦୀପ୍ତ କୁମାର ସାହୁ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ବ୍ରହ୍ମପୁରର ଜାଗୁଆର ଏକାଡେମୀର କୋଚ ଅମ୍ବିକା ପ୍ରସାଦ ଦାଶଙ୍କ ନେତୃତ୍ୱରେ ସବ ଜୁନିୟର ବର୍ଗରେ ଅରମାନ ପାଢୀ, ସୌମ୍ୟ ପ୍ରତାପ ନାୟକ ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଓଡିଶାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିବା ହେତୁ ଓଡ଼ିଶା ଟାଏକାଣ୍ଡୋ ସଂଘର ସମ୍ପାଦକ ମନମୋହନ ଭଞ୍ଜ ପ୍ରତିଯୋଗୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି । ଇଣ୍ଡିଆ ଟାଏକାଣ୍ଡୋ ସୂଚନା ଅନୁସାରେ ଏହି ପ୍ରତିଯୋଗିତା ସମ୍ପୂର୍ଣ୍ଣ ଭାବରେ ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହୋଇଥିଲା । ଏହି ସଫଳ ପ୍ରତିଯୋଗୀମାନଙ୍କୁ ଜିଲ୍ଲାର ସଭାପତି ଶ୍ରୀକାନ୍ତ ମହାନ୍ତିଙ୍କ ସହ ଅନିତା ମିଶ୍ର, ଇ. ଲଳିତ କୁମାର ସି.ଏଚ. ପ୍ରସାଦ ନାୟକ, ଜନୋଜ ମହାରଣା, ବସୁ ନାୟକ, ଏସ ଯୁଧିଷ୍ଠିର ରେଡୀ, ଅରୁଣ ରାଉଳ, ଚନ୍ଦନ ପାଢି, ଆଲୋକ ବିଷୋୟୀ, ପ୍ରଦୀପ କୁମାର ସାହୁ, ଜ୍ୟୋତିରାଜ ପଢି, ରାଜେନ୍ଦ୍ର ବେହେରା ଓ ବହୁ ବୁଦ୍ଧିଜୀବୀ ମହଲରୁ ଏବଂ ଜିଲ୍ଲାରୁ ବିଭିନ୍ନ ସ୍ତରରୁ ଶୁଭେଚ୍ଛା ଓ ଶୁଭକାମନା କରାଯାଇଛି ।

Leave A Reply

Your email address will not be published.