jsm

ମୁଖ୍ୟରାସ୍ତା ଉପରେ ବିପଦଶଙ୍କୁଳ ଅବସ୍ଥାରେ ୧୧କେଭି. ବିଦ୍ୟୁତ ତାର : ପ୍ରଶାସନର ନିଘା ନାହିଁ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାରୁ ସିଆର୍‌ପିଏଫ୍‌ କ୍ୟାମ୍ପକୁ ଯାଇଥିବା ମୁଖ୍ୟରାସ୍ତାର ବ୍ରିଜ୍‌ ପାଖରେ ବିପଦଶଙ୍କୁଳ ଅବସ୍ଥାରେ ରହିଛି ୧୧କେଭି. ବିଦ୍ୟୁତ ତାର । ଏଥିପ୍ରତି ପ୍ରଶାସନର ନିଘା ନଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ, ନିକଟରେ ସଂପୃକ୍ତ ରାସ୍ତା ନୂତନ ଭାବେ ନିର୍ମାଣ ହୋଇ ଉଚ୍ଚ ହୋଇଯିବାରୁ ରାସ୍ତା ଉପରେ ଯାଇଥିବା ୧୧ କେଭି. ବିଦ୍ୟୁତ ତାର ଡମ୍ପର, ଟ୍ରକ୍‌ ଆଦି ବଡ଼ ଗାଡ଼ି ଗଲା ବେଳେ ତାର ପାଖାପାଖି ହୋଇ ଯିବା ଆସିବା କରୁଛି । ତେବେ କେତେବେଳେ ଯେ କେଉଁ ଦୁର୍ଘଟଣା ଘଟିବ, କୁହାଯାଇ ପାରିବ ନାହିଁ । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସଂପୃକ୍ତ ତାରକୁ ଉଚ୍ଚରୁ ଟାଣିବା ପାଇଁ ସାଧାରଣରେ ଦାବୀ ହେଉଛି ।

yuvodaya
Leave A Reply

Your email address will not be published.