csstore

ବାହାଲଭଟଲିରେ ଗାଁ ସାଥୀ ଓ ଯୁବକମାନଙ୍କ ପ୍ରଶଂସନୀୟ ସଫେଇ କାର୍ଯ୍ୟ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ ବାହାଲଭଟଲି ଗ୍ରାମରେ ଗାଁ ସାଥୀ ସରୋଜ ସାହୁଙ୍କ ନେତୃତ୍ୱରେ ଗାଁର ଯୁବକମାନେ ବାହାରି ଗାଁ ରାସ୍ତା, ପୋଖରୀ ଗାଧୁଆ ତୁଠ, ନଳକୂପ ଆଦି ସ୍ଥାନ ଗୁଡିକରେ ବହୁ ଦିନରୁ ପଡ଼ି ରହିଥିବା ଅଳିଆ ଆବର୍ଜନା ଘାସ ମଇଳା ସଫା କରିଥିଲେ । ପୋଖରୀ ତୁଠରେ ବର୍ଷାଦିନ ହେତୁ ଘାସ ଉଠି ମାଡ଼ିଯିବା ଯୋଗୁଁ ଅନେକ ବିଷଧର ସର୍ପ, ବିଛୁ ଆଦି ଦେଖିବାକୁ ମିଳିଥିବା ଏବଂ ଛୋଟ ଛୋଟ ନାବାଳକ ଶିଶୁମାନେ ପୋଖରୀ ଗାଧୋଇ ଯିବା ବାଟରେ ସାପ ଦେଖି ଭୟଭୀତ ହେଉଛନ୍ତି ବୋଲି ଗାଁ ସାଥୀ ସରୋଜ ସାହୁ ପ୍ରକାଶ କରିଛନ୍ତି । ଏହାକୁ ଆଖି ଆଗରେ ରଖି ଯୁବକ ମାନେ ବାହାରି ସଫାସୁତୁରା କରିଥିଲେ । ଗାଁ ସାଥୀ ସରୋଜ କୁମାର ସାହୁ ଯୁବକ ମାନଙ୍କ ପାଇଁ ଚା’ ବିସ୍କୁଟର ବ୍ୟବସ୍ଥା କରିଥିଲେ । ଆଜିର ସଫେଇ କାର୍ୟ୍ୟରେ ଗଙ୍ଗାଧର ବରିହା, ଭୁବନ ଦୀପ, ସମ୍ପଦ ନାଗ, ନନ୍ଦଲାଲ ବରିହା ସୁମନ୍ତ ସାହୁ ପ୍ରମୁଖଙ୍କ ସହ ଅନ୍ୟ ଯୁବକ ମାନେ ସାମିଲ ଥିଲେ । ଗାଁ ସାଥୀ ଓ ଯୁବକମାନଙ୍କ ଏପରି ମହତ୍ କାର୍ଯ୍ୟକୁ ବେଶ୍ ପ୍ରଶଂସା କରାଯାଇଛି ।

jayashree
Leave A Reply

Your email address will not be published.