csstore

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଇଣ୍ଡୋର ଷ୍ଟାଡିୟମ ପାଇଁ ପ୍ରସ୍ତାବ ଦେଲେ ବିଜେଡି ଛାତ୍ର ନେତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୬ ତାରିଖରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସୁମନ ନନ୍ଦ ଓ ସାଥୀ ବଲାଙ୍ଗିର ସାର୍କିଟ୍ ହାଉସ ଠାରେ ମାନ୍ୟବର ମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ କ୍ରୀଡାର ଉନ୍ନତି ପାଇଁ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି କିମ୍ବା କ୍ରୀଡା ବିଭାଗ ତରଫରୁ ଅନୁଦାନ ଦେଇ ନର୍ମାଣ କରିବାକୁ ଏକ ଲିଖିତ ଅନୁରୋଧ କରିଛନ୍ତି । ଏହି ସାକ୍ଷାତକାର ସମୟରେ ପାଟଣାଗଡ ବିଧାୟକ ସରୋଜ ମେହେର ଉପସ୍ଥିତ ଥିବା ବେଳେ ମହିଳା ସଭାପତି ଦମୟନ୍ତୀ ବାଗ, ଯୁବ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ନିହାର ବେହେରା ବରିଷ୍ଠ ନେତା ଓମକାର ନାୟକ, ଛାତ୍ରନେତା ତେଜରାଜ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.