jayashree

କୋଭିଡ କେୟାର ସେଣ୍ଟରରୁ ମା’ ଓ ଛୋଟ ଶିଶୁ ସୁସ୍ଥ ହୋଇ ଫେରିଲେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସଶୀମାହା ଗ୍ରାମର ଶାମୁକା ପ୍ରଧାନ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ସେଠାରେ ଡାକ୍ତର କୋଭିଡ ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ । କୋଭିଡ ଟେଷ୍ଟ ପଜିଟିଭ ବାହାରିବା ପରେ ଗୋଟେ ଦିନର ଜନ୍ମ କଲା ଛୁଆକୁ ଧରି ଶାମୁକା ଚଳିତ ମାସ ୧୭ ତାରିଖରେ ମା ଓ ଶିଶୁ ଉଭୟେ ବାଲିଗୁଡା ସ୍ଥିତ ବଡ଼ଗାଁ କୋଭିଡ କେୟାର ସେଣ୍ଟରରେ ରହିଥିଲେ । ସେଠାରେ ଦଶଦିନ ରହି ଚିକିତ୍ସା ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼.ଜଗଦୀଶ ଷଢଙ୍ଗିଙ୍କ ନିର୍ଦ୍ଦେଶ କ୍ରମେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଚନ୍ଦନ କୁମାର ସାହୁଙ୍କ ଦ୍ଵାରା ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ମହିଳା ଓ ଛୋଟ ଛୁଆ ପାଇଁ ନିତ୍ୟ ବ୍ୟବହାର ସାମଗ୍ରୀ ପ୍ରଦାନ କରି ଛୋଟ ଛୁଆକୁ ଉପହାର ଦେଇ ରବିବାର ବିଦାୟ କରାଯାଇଥିଲା । ସେହି ଉପହାର ମଧ୍ୟରେ ସାନିଟାଇଜର, ମାକ୍ସ, ସାବୁନ, ତେଲ ଇତ୍ୟାଦି ରହିଥିଲା ଓ ଶିଶୁପୁତ୍ରକୁ ଶୋଇବା ପାଇଁ ଗଦି ମଧ୍ୟ ଦିଆଯାଇଥିଲା । ଶାମୁକା ନିଜ ଛୋଟ ଛୁଆ ସହ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଥିଲା ।

Leave A Reply

Your email address will not be published.