oom

ପାଟଣାଗଡ଼ର ନାଗରିକମାନଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା ଓ ସହରର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ନାଗରିକ କମିଟି ଗଠିତ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହର ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର ବ୍ୟକ୍ତିବିଶେଷ, ଶିକ୍ଷାବିତ୍‌, ଅବସରପ୍ରାପ୍ତ ସାମ୍ବାଦିକ, ରାଜନୈତିକ ଆଦି ବ୍ୟକ୍ତି ସମୂହ ମାନଙ୍କୁ ନେଇ ନାଗରିକ କମିଟି ଗଠିତ ହୋଇଯାଇଛି । ସ୍ଥାନୀୟ ସୁଭଦ୍ରା ଭବନ ପରିସରରେ ରାଜେଶ କୁମାର ମେହେର ଓ ବିଜୟ କୁମାର ମେହେରଙ୍କ ଆବାହାକତ୍ୱରେ ଜରୁରୀ କାଳିନ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଅନୁଷ୍ଠିତ ସଭାରେ ପାଟଣାଗଡ଼ ସହରର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସହ ନାଗରିକ ମାନଙ୍କ ସାମୁହିକ ସୁରକ୍ଷା, ମୌଳିକ ଅଧିକାର, କରୋନା ମହାମାରୀର ତୃତୀୟ ଲହର ଆସିବା ପୂର୍ବରୁ ସମସ୍ତ ନାଗରିକଙ୍କୁ ଟିକା ପ୍ରଦାନ, ପାନୀୟ ଜଳ ଯୋଗାଣ, ସ୍ୱତନ୍ତ୍ର ଭାବେ ଶିଶୁ ଏବଂ ମହିଳାଙ୍କ ପାଇଁ ହସ୍ପିଟାଲ୍ ନିର୍ମାଣ, ରେଲୱେ ଲାଇନ ନିର୍ମାଣ, ଶିକ୍ଷାର ଭିତ୍ତି ଭୂମି, ବିକାଶ ମୂଳକ କାର୍ୟ୍ୟକ୍ରମ ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ସହରର ସମସ୍ତ ସଂଗଠନ ବୁଦ୍ଧିଜୀବୀ ମାନଙ୍କୁ ନେଇ ନାଗରିକ କମିଟି ଗଠନ କରିବାକୁ ସର୍ବ ସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା । ଏଥିରେ ନାଗରିକ କମିଟି ସଭାପତି ଭାବେ ଘନଶ୍ୟାମ ମେହେର, ଉପସଭାପତି ଶ୍ରୀମତୀ ପାଣିଗ୍ରାହୀ, ସାଧାରଣ ସଂପାଦକ ସବ୍ୟସାଚୀ ମାଝୀ, ଯୁଗ୍ମ ସଂପାଦକ ଆନନ୍ଦ ଯୋଷୀ, କୋଷାଧ୍ୟକ୍ଷ ଉଜ୍ୱଳ ଦାସ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ଅନ୍ତର୍ୟ୍ୟାମୀ ମେହେର, ନୀରଞନ ବିଶି, ବିବେକାନନ୍ଦ ପାଣିଗ୍ରାହୀ, ଡମ୍ବରୁଧର ପାଣିଗ୍ରାହୀ, ଝାରୁ ମେହେର, ଚକ୍ରଧର ତାଣ୍ଡି, ପ୍ରଭାତ ଯୋଷୀ, ଅରକ୍ଷିତ ଯୋଷୀ, ବ୍ରଜ ମେହେର, ରମେଶ ପୁରୋହିତ, ଅନୀଲ ମେହେର, ରିତା ଛତର, ସୁନୀଲ ଗୋଏଲ, ସଦାଶିବ ସରାଫ, ରମାକାନ୍ତ ହୋତା ପ୍ରମୁଖ ମନୋନୀତ ହୋଇଥିଲେ । ମୂଖ୍ୟ ସଂଯୋଜକ ଭାବେ ବିଜୟ କୁମାର ମେହେରଙ୍କୁ ମନୋନୀତ କରାଯାଇଥିଲା । ଆସନ୍ତା ଶନିବାର ଦିନ ନାଗରିକ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ ବୋଲି ସଭାପତି ଘନଶ୍ୟାମ ମେହେର ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.