ମୂଲ୍ୟବାନ କାଠ ଓ ଗାଡି ଜବତ କଲା ବନ ବିଭାଗ : ଡ୍ରାଇଭର ଫେରାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ସ୍ଥିତ ଭୋଇରପଡା ନିକଟରେ ଆଜି ସକାଳୁ ପ୍ରାୟ ୪ ଲକ୍ଷ ଟଙ୍କାର ମୂଲ୍ୟବାନ ଖଇର ମଞ୍ଜ କାଠ ଜବତ କରିବା ସହ ଓଆର୧୫ବି୪୮୪୭ ଗାଡିକୁ ଅଟକ ରଖି ତଦନ୍ତ ଜାରି ରଖିଛି ବନ ବିଭାଗ । ସୂଚନା ଅନୁସାରେ ଆଜି ସକାଳୁ ବନ ବିଭାଗର ଫରେଷ୍ଟର ସୁଧୀର କୁମାର ଜେନା, ପାରା ଫରେଷ୍ଟ ଗାର୍ଡ ଲମ୍ବୋଦର ପୋଢ଼ ଓ ହେମାନନ୍ଦ ବାଗ ପେଟ୍ରୋଲିଂଙ୍ଗ କରୁଥିବା ବେଳେ ଖବର ପାଇବା ପରେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ । ଯାହା ଫଳରେ ମୂଲ୍ୟବାନ ଗଛକୁ ଜବତ କରିବାରେ ସଫଳ ହୋଇଛି ବନ ବିଭାଗ । ଏହି କାଠ ସବୁ ଖସା ସିଂ ସଂରକ୍ଷିତ ଜଙ୍ଗଲରୁ ଅଣାଯାଉ ଥିବା ଜଣାପଡିଛି । ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ମାରି ଥିବା ଜଣାପଡିଛି । ତେବେ ଦିନକୁ ଦିନ ଏହି ଅଞ୍ଚଳରେ ଜଙ୍ଗଲରୁ କାଠ ଚୋରା ଚାଲାଣ କରାଯାଉଥିବା ବେଳେ ଅନେକ ଥର ସାହାସିକତା ଦେଖାଇ ବନ ବିଭାଗର ଫରେଷ୍ଟର ସୁଧୀର କୁମାର ଜେନା ମୂଲ୍ୟବାନ କାଠ ଚୋରା ଚାଲାଣ କରୁଥିବା ଲୋକଙ୍କୁ ଧରିବାରେ ସଫଳତା ହାସଲ କରିଛନ୍ତି । କିନ୍ତୁ ଏଭଳି ଫରେଷ୍ଟରଙ୍କୁ ବଦଳି ହେଉଥିବା ମଧ୍ୟ ଜଣାପଡିଛି । ସେଥିପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୁଣି ଥରେ ମଧ୍ୟ ଉକ୍ତ ସ୍ଥାନୀୟ ପାଇଁ ଦାୟିତ୍ୱ ଦେବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.