କମିଶନରେଟ ପୋଲିସକୁ ମିଳିଲା ବଡ ସଫଳତା : ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କଟକ : କମିଶନରେଟ ପୋଲି୍ସକୁ ମଳିଛି ବଡ ସଫଳତା । ଗୋଟିଏ ଟ୍ରକରୁ ୫୬୦ କେଜି ଗଞ୍ଜାଇ ଜବତ କରିଛି । ଜବତ ଗଞ୍ଜାଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ସୂଚନା ଅନୁସାରେ, ଗତକାଲି କଟକର ମହାନଦୀ ବ୍ରିଜ୍ ଉପରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇବା ବେଳେ ଟ୍ରାଫିକ୍ ଜାମ୍ ହୋଇଥିଲା । ଜଗତପୁର ପୋଲିସ ଘଟଣା ସ୍ଥଳକୁ ଯାଇ ଟ୍ରାଫିକ୍ କ୍ଲିୟର କରିବା ସହିତ ଟ୍ରକ ଦୁଇଟିକୁ ଜାଂଚ କରିଥିଲେ । କଟକରୁ ମଙ୍ଗୁଳି ଆଡକୁ ଯାଉଥିବା ଏକ ଟ୍ରକ ନମ୍ବର ଓଆର-୦୨-ଏପି-୫୬୪୧ରେ ଡ୍ରାଇଭର ସିଟ୍ ପଛପଟେ ଗୋଟିଏ ଗୁପ୍ତ ଚାମ୍ବର ତିଆରି ହୋଇଥିବା ଦେଖିବାକୁ ମିଳିଥିଲା । ତାକୁ ଥାନାକୁ ଆଣି ସେହି ଚାମ୍ବରକୁ ଗ୍ୟାସ୍ କଟର ଯୋଗେ କାଟିବାରୁ ସେଥିରୁ ପ୍ରାୟ ୩୦୦ଟି ପ୍ୟାକେଟ୍‌ରେ ୫୬୦ କେଜି ଗଞ୍ଜେଇ ଜବତ କରାଯାଇଥିଲା ।

Leave A Reply

Your email address will not be published.