ନୂଆଦିଲ୍ଲୀ, (ପିଆଇବି) : ସେପ୍ଟେମ୍ବର ୧୫, ୨୦୨୦ରେ ୧୦ମ ପ୍ରତିରକ୍ଷା ପ୍ରଯୁକ୍ତି ଓ ବାଣିଜ୍ୟିକ ଉପକ୍ରମ (ଡିଟିଟିଆଇ) ଗୋଷ୍ଠୀର ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି । ଭାରତ ପକ୍ଷରୁ ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜକୁମାର ଓ ଆମେରିକା ତରଫରୁ ଅଣ୍ଡର ସେକ୍ରେଟାରୀ ଅଫ ଡିଫେନ୍ସ ଫର ଏକ୍ସିଜିବିସନ ଆଣ୍ଡ ସଷ୍ଟେନମେଂଟ ଏଲେନ ଏମ ଲର୍ଡ ବୈଠକରେ ସହ-ଅଧ୍ୟକ୍ଷତା କରିଥିଲେ । ବର୍ଷକୁ ଦୁଇ ଥର ପର୍ୟ୍ୟାୟ କ୍ରମେ ଭାରତ ଓ ଆମେରିକାରେ ଡିଟିଟିଆଇ ଗୋଷ୍ଠୀ ସମୂହ ବୈଠକ ଆୟୋଜିତ ହୋଇଥାଏ । ତେବେ କୋଭିଡ ମହାମାରୀ ଯୋଗୁଁ ଏଥରର ବୈଠକ ଭିଟିସି ମାଧ୍ୟମରେ ଆୟୋଜିତ ହୋଇଥିଲା ।
ଦ୍ୱିପାକ୍ଷିକ ପ୍ରତିରକ୍ଷା ବାଣିଜ୍ୟିକ ସମ୍ପର୍କ ପ୍ରତି ନେତୃବୃନ୍ଦଙ୍କ ଧ୍ୟାନ ଆକର୍ଷଣ ଓ ପ୍ରତିରକ୍ଷା ଉପକରଣଗୁଡିକର ମିଳିତ ଉତ୍ପାଦନ ତଥା ବିକାଶ ସୁଯୋଗ ସୃଷ୍ଟି କରିବା ଡିଟିଟିଆଇ ସମୂହର ଉଦ୍ଦେଶ୍ୟ । ସ୍ଥଳ, ନୌସେନା, ବାୟୁ ଓ ବିମାନ ବାହକ ପ୍ରଯୁକ୍ତି କ୍ଷେତ୍ରରେ ପାରସ୍ପରିକ ସହମତିରେ ପ୍ରକଳ୍ପ ପ୍ରୋତ୍ସାହନ ପାଇଁ ଚାରିଟି ମିଳିତ କାର୍ୟ୍ୟ ଗୋଷ୍ଠୀ ଗଠନ କରାଯାଇଛି । ବର୍ତ୍ତମାନର କାମ ଓ ଅବଧି ପ୍ରକଳ୍ପକୁ ପ୍ରାଥମିକତା ଭିତ୍ତିରେ ସାରିବା ପାଇଁ ଗୋଷ୍ଠୀଗୁଡିକ ସହ- ଅଧ୍ୟକ୍ଷମାନଙ୍କୁ ଜଣାଇଥିଲେ । ଡିଟିଟିଆଇର ସଫଳତା ପାଇଁ ପ୍ରତିବଦ୍ଧତାର ସାକ୍ଷ୍ୟ ଭାବେ ସହ-ଅଧ୍ୟକ୍ଷମାନେ ଷ୍ଟେଟମେଣ୍ଟ ଅଫ ଇଣ୍ଟେଟ (ଏସଓଆଇ)ରେ ହସ୍ତାକ୍ଷର କରିଥିଲେ । ବହୁ ଗୁରୁତ୍ୱପୂର୍ଣ୍ଣ ଡିଟିଟିଆଇ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଯୋଜନା ଓ ଉଲ୍ଲେଖନୀୟ ପ୍ରଗତି ଦ୍ୱାରା ପ୍ରତିରକ୍ଷା ପ୍ରଯୁକ୍ତି ସହଯୋଗ ନେଇ ଆଲୋଚନା ଦୃଢୀଭୂତ କରିବା ପାଇଁ ଏସଓଆଇ ସ୍ୱାକ୍ଷର ହୋଇଛି ।
ଅକ୍ଟୋବର ୨୦୧୯ରେ ଆୟୋଜିତ ଡିଟିଟିଆଇ ଗୋଷ୍ଠୀ ବୈଠକ ପରଠାରୁ ଡିଟିଟିଆଇ ଅନ୍ତର୍ଗତ ସହଯୋଗୀ ପ୍ରକଳ୍ପ ଚିହ୍ନଟ ପାଇଁ ମାନକ ପରିଚାଳନା ପ୍ରକ୍ରିୟା ପୂରଣ ହୋଇଥିବାରୁ ସହ-ଅଧ୍ୟକ୍ଷମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏସଓପି ଡିଟିଟିଆଇ ପାଇଁ ଢାଂଚା ଭାବେ କାମ କରିବ । ଏହା ଦୁଇ ପକ୍ଷର ସଫଳତା ବଖାଣିବା ସହ ଆପୋଷ ବୁଝାମଣା ମାଧ୍ୟମରେ କାର୍ୟ୍ୟକ୍ରମ ହେବ । ସାର୍ବଜନୀନ ଭାବେ ଜାରି ଏସଓପିର ମୁଖ୍ୟାଂଶ ଜୁଲାଇରେ ଡିଟିଟିଆଇ ପ୍ରାରମ୍ଭିକ ଶିଳ୍ପ ମାର୍ଗଦର୍ଶନ ଭାବେ ପ୍ରକାଶିତ ହୋଇଥିଲା । ଏହାକୁ ଭାରତୀୟ ଓ ଆମେରିକୀୟ ଉଦ୍ୟୋଗ ସଂଘ ମାଧ୍ୟମରେ ବଂଟନ କରାଯାଇଥିଲା ।
ଡିଟିଟିଆଇ ଗୋଷ୍ଠୀ ଅନ୍ତର୍ଗତ ଭାରତୀୟ ଓ ଆମେରିକୀୟ ଉଦ୍ୟୋଗକୁ ମିଳିତ ଭାବେ ଆଗାମୀ ପୀଢିର ପ୍ରଯୁକ୍ତି ବିକଶିତ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଭର୍ଚୁଆଲ ଭାବେ ସେପ୍ଟେମ୍ବର ୧୦, ୨୦୨୦ରେ ଆୟୋଜିତ ପ୍ରଥମ ଡିଟିଟିଆଇ ଶିଳ୍ପ ସହଯୋଗ ମଞ୍ଚ (ଡିଆଇସିଏଫ)ରେ ଆଲୋକପାତ କରାଯାଇଥିଲା । ଡିଆଇସିଏଫର ଆୟୋଜକ ଯୁଗ୍ମ ସଚିବ (ପ୍ରତିରକ୍ଷା ଶିଳ୍ପ ଉତ୍ପାଦନ) ସଞ୍ଜୟ ଜାଜୁ, ନିର୍ଦ୍ଦେଶକ (ଅନ୍ତରାଷ୍ଟ୍ରୀୟ ଅସ୍ତ୍ରଶସ୍ତ୍ର ସହଯୋଗ) ମାଇକେଲ ଭ୍ୟାକାରୋ ଓ ନିର୍ଦ୍ଦେଶକ (ଲଘୁ ଉଦ୍ୟୋଗ କାର୍ୟ୍ୟକ୍ରମ) ଏମି ମୁରେଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଏହି ମଞ୍ଚ ଭାରତୀୟ ଓ ଆମେରିକୀୟ ଉଦ୍ୟୋଗଗୁଡିକୁ ପ୍ରତ୍ୟକ୍ଷ ଭାବେ ଡିଟିଟିଆଇରେ ସାମିଲ ହେବା ପାଇଁ ସୁଯୋଗ ସୃଷ୍ଟି କରିବା ସହ ଔଦ୍ୟୋଗିକ ସହଯୋଗ ପାଇଁ ସରକାର ଓ ଶିଳ୍ପ ସଂସ୍ଥା ମଧ୍ୟରେ ବାର୍ତାଳାପର ସୁବିଧା ପ୍ରଦାନ କରିବ । ଆଲୋଚନାର ପରିଣାମ ଡିଟିଟିଆଇ ଗୋଷ୍ଠୀର ସହ-ଅଧ୍ୟକ୍ଷମାନଙ୍କୁ ଜଣାଇ ଦିଆଯାଇଥିଲା ।
Prev Post