ଅକ୍ସିଜେନ ପ୍ଲାଣ୍ଟର ହେଲା ଭିତ୍ତି ପ୍ରସ୍ତର ସ୍ଥାପନ : ଅଧିକ ଆଇସିୟୁ ବେଡ୍, ୪୫ ବର୍ଷରୁ କମ୍ ଲୋକଙ୍କ ପାଇଁ ଅଧିକ ଟିକା ଓ ୬୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଡିସେମ୍ବର ୨୦୨୨ ଭିତରେ ସମ୍ପୁର୍ଣ୍ଣ କରନ୍ତୁ : ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲଠାରେ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ଭିଡିଓ କନ୍ଫରେନସିଂ ମାଧ୍ୟମରେ କରାଯାଇଛି । ଏଥିରେ ମାନ୍ୟବର ବଲାଙ୍ଗିର ବିଧାୟକ ଯୋଗ ଦେଇ ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବଲାଙ୍ଗିରରେ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ ପ୍ରଥମ ଦଫାରେ ହୋଇଥିବାରୁ ଧନ୍ୟବାଦ ଦେଇଥିଲେ । ତାସହିତ ସେ କହିଥିଲେ କରୋନା ଦ୍ୱିତୀୟ ଲହରରେ ଯେଭଳି ଭାବେ ଏହି ଭୂତାଣୁ ଲୋକଙ୍କୁ ସଂକ୍ରମିତ କରି ଜୀବନ ନେଉଛି ସେଥିପାଇଁ ଆମକୁ ଆହୁରି ସତର୍କ ହେବାକୁ ପଡିବ । ଆମ ଦାବୀ ମୁତାବକ ଏଠାରେ ଆଇସିୟୁ ଶଯ୍ୟା ସଂଖ୍ୟା ୧୫୦ରୁ ଉଦ୍ଧ୍ୱର୍ କରିବାକୁ ପଡିବ । ଡାକ୍ତର ଅଭାବ ପୁରଣ କରିବାକୁ ପଡିବ । ବର୍ତ୍ତମାନ ସବୁଠୁ ବେଶି ଦରକାର କରୋନା ଟିକା । ୧୮ ବର୍ଷରୁ ଉଦ୍ଧ୍ୱ ୪୫ ବର୍ଷରୁ କମ୍ ଲୋକଙ୍କ ପାଇଁ ବଲାଙ୍ଗିରକୁ ଦିଆଯାଇଥିବା ଟିକାର ପରିମାଣ ଏହି ବୟସ ବର୍ଗର ଲୋକ ସଂଖ୍ୟା ହିସାବରେ ବହୁତ କମ୍ । ଆହୁରି ମଧ୍ୟ ପଞ୍ଜିକରଣର ତରିକା ଯହା ସେଥିରୁ ଗ୍ରାମାଞ୍ଚଳର ଏହି ବୟସ ବର୍ଗର ଯୁବକ ଯୁବତିମାନେ ଟିକା ପାଇବା ଅସମ୍ଭବ ମନେ ହୁଏ । ଯେହେତୁ କରୋନାର ଦ୍ୱିତୀୟ ଲହର ଗ୍ରାମାଞ୍ଚଳରେ ବ୍ୟାପକ ଭାବରେ ଲୋକଙ୍କୁ ସଂକ୍ରମିତ କରିଛି ତେଣୁ ଏହି ବୟସ ବର୍ଗ ଲୋକଙ୍କ ପାଇଁ ଟିକାର ପରିମାଣ ବଢାଯାଉ । ବଲାଙ୍ଗିରରେ ନିର୍ମାଣଧିନ ୬୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ବହୁ ମନ୍ଥର ଗତିରେ ·ଲିଛି । ଏହାର ନିର୍ମାଣରେ କ୍ଷିପ୍ରତା ଆଣି ଆସନ୍ତା ଡିସେମ୍ବର ୨୦୨୨ ଭିତରେ ଏହା କାର୍ଯ୍ୟକ୍ଷମ କରାଯାଉ ବୋଲି ବିଧାୟକ ଶ୍ରୀ ମିଶ୍ର ଦାବି କରିଥିଲେ ।