ଆଦିବାସୀ ମାନଙ୍କ ସମସ୍ୟା ସମ୍ବଳିତ ଦଶ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଦିବାସୀ ମାନଙ୍କ ସମସ୍ୟା ସମ୍ବଳିତ ଦଶ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । କୁହାଯାଇଛି ଯେ, ବର୍ତ୍ତମାନ ସାରା ବିଶ୍ବରେ କରୋନା ମହାମାରୀ ବିପତ୍ତି ସମୟରେ ଲଡ ଡାଉନ୍ ସଟଡାଉନ ଓ କର୍ଫ୍ୟୁ ଯୋଗୁଁ ଆଦିବାସୀ ମାନଙ୍କର ଜୀବନ ଜୀବିକା ପ୍ରବଳ ମାତ୍ରାରେ ବିପର୍ୟ୍ୟସ୍ତ ହୋଇପଡିଛି । ମୂଖ୍ୟତଃ ଆଦିବାସୀ ମାନଙ୍କ ବନ୍ୟ ଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଗ୍ରାମାଞ୍ଚଳରେ ଆଦିବାସୀ ମାନଙ୍କୁ କର୍ମ ନିଯୁକ୍ତି ମିଳୁନାହିଁ ଫଳରେ ଗରିବ ଆଦିବାସୀ ଶ୍ରମିକ, ଦିନ ମଜୁରିଆ ପରିବାର ଘୋର ଆର୍ଥିକ ସଂକଟରେ ମଧ୍ୟରେ ଭୋକ ଉପାସରେ କାଳାତିପାତ କରୁଛନ୍ତି । ତେଣୁ ଗରିବ ଶ୍ରମିକ, ଜବକାର୍ଡଧାରୀ, ଦାଦନ ଶ୍ରମିକ ପରିବାରର ଜୀବନ ଜୀବିକା ନିର୍ବାହ ପାଇଁ ମାସିକ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉ, କରୋନା ମହାମାରୀ ବିପତ୍ତିର ସୁଯୋଗ ନେଇ ମାଇକ୍ରୋ ଫାଇନାନ୍ସ କମ୍ପାନୀ କର୍ମଚାରୀ,ଏଜେଣ୍ଟ ମାନେ ୠଣ ପ୍ରଦାନ କରି ଗ୍ରାମାଞ୍ଚଳର ଆଦିବାସୀ ମହିଳା, ଏସ୍ ଏଚ୍ ଜି ଠାରୁ ସୁଧ ଘର ଘରକୁ ଯାଇ ଅସୁଲି ନାମରେ ଅତ୍ୟାଚାର କରି ହଇରାଣ କରୁଛନ୍ତି । ମାଇକ୍ରୋ ଫାଇନାନ୍ସର ହିଟଲରୀ ଦମନ କାର୍ୟ୍ୟ ବନ୍ଦ କରିବାକୁ ପୋଲିସକୁ ନିର୍ଦେଶ ଦିଆଯିବା, ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ମାନଙ୍କୁ ଅନ୍ ଲାଇନ୍ କ୍ଳାସରେ ପଢିବା ପାଇଁ ସ୍ମାର୍ଟ ମୋବାଇଲ ଫୋନ ସେଟ୍ ମାଗଣାରେ ପ୍ରଦାନ କରିବା, କରୋନାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ କରିବା ସହ ଅନାଥ ଶିଶୁ ମାନଙ୍କର ଶିକ୍ଷା, ଭରଣ ପୋଷଣ ବ୍ୟବସ୍ଥା କରିବା, ଲକ୍ ଡାଉନ୍ ସଟଡାଉନ କରୋନା କଟକଣା ଯୋଗୁଁ ପ୍ରସିଦ୍ଧ ହରିଶଙ୍କର, ଘଣ୍ଟାଶୁନୀ ଦ୍ଵାରଶୂନୀ ଆଦି ମନ୍ଦିର ଗୁଡିକରେ ସର୍ବସାଧାରଣଙ୍କ ଦର୍ଶନ ସକାଶେ ବନ୍ଦ ରହୁଥିବା ହେତୁ ମନ୍ଦିରର ନୀତିକାନ୍ତି ପୂଜା କରୁଥିବା ସେବାୟତ ମାନେ ଆର୍ଥିକ ସଙ୍କଟରେ ରହୁଥିବା ବେଳେ ସେମାନଙ୍କୁ ମାସିକ ଦଶ ହଜାର ଟଙ୍କା ଲେଖାଏଁ ସ୍ଵତନ୍ତ୍ର ଭତ୍ତା ଯୋଗାଇ ଦେବା, ସହରାଞ୍ଚଳ ଶିକ୍ଷା ଦାନ ବ୍ୟବସ୍ଥା(ଅନ୍ୱେଷା)ରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟପୁସ୍ତକ, ଷ୍ଟାଇପେଣ୍ଡ , ଲାପଟପ୍ ପ୍ରଦାନ କରିବା, ନକଲି ଆଦିବାସୀ ମାନଙ୍କ ଜାଲ ଜାତିଗତ ପ୍ରମାଣ ପତ୍ର ରଦ୍‌ଦ୍ଧ କରିବା ସହ ଚାକିରୀରୁ ବହିସ୍କାର କରିବା, ନକଲି ଆଦିବାସୀ ମାନଙ୍କ ଜବର ଦଖଲ, ବେଆଇନ ଦଖଲ ଓ ବେନାମୀଦାର କାରବାର ଜମିକୁ ଆଦିବାସୀ ମୂଳ ପ୍ରଜାକୁ ଫେରସ୍ତ କରିବା, ଠିକା ନିଯୁକ୍ତ , ଆଉଟ୍ ସୋର୍ସିଂ ନିଯୁକ୍ତି ରେ ମଧ୍ୟ ଆଦିବାସୀ ପ୍ରାର୍ଥୀ ମାନଙ୍କ ପାଇଁ ଶତକଡା ୨୨.୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଆଇନ କାର୍ୟ୍ୟକାରୀ ଲାଗୁ କରିବା, କେନ୍ଦୁପତ୍ର ଶହେ ବିଡା ଦୁଇ ଶହ ପତ୍ର କୁ ଏକଶହ କୋଡ଼ିଏ ଟଙ୍କା ବଦଳରେ ପତ୍ର ପିଛା ପଚାଶ ପଇସା ଦର ବୃଦ୍ଧି କରିବା, ଶହେ ବିଡା ଏକ ଚଟାକୁ ଏକ ହଜାର ଟଙ୍କା ଧାର୍ୟ୍ୟ କରି କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ବିଡ଼ି ନିର୍ମାଣ ଶ୍ରମିକ ଓ ଗୋଛା କଟାଳୀ ଶ୍ରମିକ ମାନଙ୍କୁ ବୋନସ, ବୀମା,ଏକ୍ସଗ୍ରାସିଆ, ଭତ୍ତା ପ୍ରଦାନ କରିବା, କେନ୍ଦୁପତ୍ର ତୋଳାଳୀ , ଶ୍ରମିକ ମାନଙ୍କ ସ୍କୁଲ କଲେଜ ରେ ପଢିଥିବା ପୁଅ ଝିଅ ମାନଙ୍କୁ ଷ୍ଟାଇପେଣ୍ଡ ତୁରନ୍ତ ମଞ୍ଜୁର କରିବା ଆଦି ବିଷୟରେ ଦଶ ଦଫା ସମ୍ବଳିତ ଦାବୀପତ୍ର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍‌ଦ୍ଦଶ୍ୟରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ପ୍ରଦାନ କରାଯାଇଥିଲେ । ସଂଘର କାର୍ୟ୍ୟକାରୀ ସଭାପତି ଶ୍ରୀମତୀ ବନଲତା ମାଝୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିବା ବେଳେ ସଂଘର ଯୁଗ୍ମ ସଂପାଦକ ଗିରିଧାରୀ ଭୋଇ, ନଗର ସଭାପତି ନିରଞ୍ଜନ ମାଝୀ, ଉପ ସଭାପତି ଅଚ୍ୟୁତ ଧରୁଆ, ଯୁବ ସଂଗଠକ ଘନଭୋଇଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.