oom

ଗୋଷ୍ଠୀ ସହଭାଗିତାରେ ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ

jsmm

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ଠାରେ ଜୁନିୟର ରେଡକ୍ରସର ଉଦ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ ସହିତ ଶୁଖିଲା ଖାଦ୍ୟ ବଣ୍ଟନ ହୋଇଯାଇଛି । କରୋନାର ଦ୍ୱିତୀୟ ଲହରର ଭୟାବହତାକୁ ନଜରରେ ରଖି ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଚତନତା ସଭାରେ ଅତିଥି ଭାବେ ତୁରେକେଲା ଡାକ୍ତରଖାନାର ଡାକ୍ତର ସ୍ୱ।ଗତ ଖମାରୀ, ଥାନା ଅଧିକାରୀ କମଳ ଚରଣ ବେହେରା ଯୋଗ ଦେଇଥିଲେ । ସର୍ବପ୍ରଥମେ ଶ୍ରୀ ଦାଶ କରୋନା ସମୟରେ ସାମାଜିକ ଦୂରତା, ମାସ୍କ ପରିଧାନ, ବାରମ୍ବାର ସାବୁନରେ ହାତ ଧୋଇବା ସହିତ କରୋନା ଟୀକା ନେବାକୁ ଅନୁରୋଧ କରିଥିଲେ । ତାପରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ହାତ ଧୋଇବାର ସୋପାନ ସବୁ ଜନ ସାଧାରଣଙ୍କୁ କରି ଦେଖେଇଥିଲେ । ଗରିବ ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ଶୁଖିଲା ଖାଦ୍ୟ ଆଳୁ, ଡାଲି, ସୋୟାବଡି, ଚିନି, ସାବୁନ, ଚାହା, ବିସ୍କୁଟ, ମାସ୍କ ଆଦି ବଣ୍ଟନ କରାଯାଇଥିଲା ଏବଂ ଜନସାଧାରଣ ମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ଶୁଖିଲା ଖାଦ୍ୟ ପାଇଁ ଶିକ୍ଷକ ରାମକୃଷ୍ଣ ସେଲମା, ବୈଶାଖୁ ମେହେର, ଜଳନ୍ଧର ମହାକୁଡ଼, ବିମ୍ବାଧର ମେହେର, ସଞ୍ଜୁକ୍ତା ପରିଚ୍ଛା, ଦେବାଶିଷ ପଟ୍ଟନାୟକ ଆଦି ସହୃଦୟ ବ୍ୟକ୍ତିବୃନ୍ଦ ଆର୍ଥିକ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରେମରାଜ ପାଣିଗ୍ରାହୀ, ଆଶିଷ ଜୈନ, ଆଶାକର୍ମୀ ସଞ୍ଜୁକ୍ତା ରାୟ, ଅଙ୍ଗନବାଡ଼ି କର୍ମୀ କୌଶଲ୍ୟା ନାଗ,ଏଫିକର ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମୀ କସ୍ତୁରୀ ଛତ୍ରିଆ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.