କରୋନା ଟୀକା ନେବା ପାଇଁ ଲୋକଙ୍କ ଉତ୍ସୁକତା

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଦୁଇଦିନ ହେଲା ୧୮ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ପାଇଁ କରୋନା ଟୀକା ଦେବା ଆରମ୍ଭ ହୋଇଯାଇଛି । ପୂର୍ବଦିନ ସଂଧ୍ୟା ୬ ଟାରୁ ବୁକିଂ କରିବାକୁ ପଡୁଥିବା ବେଳେ ସମସ୍ତଙ୍କ ନେବା ଇଚ୍ଛା ଥିଲେ ମଧ୍ୟ କିଛି ସମୟ ମଧ୍ୟରେ ବୁକିଂ ସଂମ୍ପୂର୍ଣ୍ଣ ହୋଇଯାଉଛି । ବିଭିନ୍ନ ସ୍ଥାନରେ ଟୀକା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିବା ବେଳେ ଗତକାଲି ବଲାଙ୍ଗିର ସହରର ରାଜେନ୍ଦ୍ର କଲେଜରେ ମଧ୍ୟ ଆରମ୍ଭ ହୋଇଥିଲା ହେଲେ ଟୁକନ୍ ସିଷ୍ଟମ ନ କରିଥିବାରୁ ଲୋକମାନେ ଟିକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେଥିପାଇଁ ଆଜି ତିନୋଟି ୱାର୍ଡ଼ କରାଯାଇଛି । ତିନୋଟି ୱାର୍ଡ଼ ପାଇଁ ତିନୋଟି ଧାଡ଼ିରେ ଲୋକଙ୍କ ପାଇଁ ଚୌକିରେ ବସିବାର ସୁବିଧା କରାଯାଇଥିଲା । ସିରିଏଲ ନମ୍ବର କରି ଟୁକନ ଦେଇ ପ୍ରତ୍ୟେକ ଧାଡିରୁ ପାଞ୍ଚ ଜଣ ଲେଖାଏଁ ଲୋକଙ୍କୁ ଭିତରକୁ ଡକା ଯାଉଥିଲା । ଭିତରେ ଯାଞ୍ଚ କରି ଟୀକା ଦିଆଯାଉଥିଲା । ଟୀକା ନେଇ ସାରିଲା ପରେ ଲୋକଙ୍କୁ ତିରିଶ ମିନିଟ୍ ବସିବା ପାଇଁ ମଧ୍ୟ କୁହାଯାଉଥିଲା । ଯେଉଁ ବ୍ୟକ୍ତି କିଛି ନ ଖାଇ ଟୀକା ନେବାପାଇଁ ଯାଉଛନ୍ତି ସେମାନଙ୍କୁ ଖାଲି ପେଟରେ ନ ଆସି କିଛି ଖାଇକି ଆସିଲା ପରେ ଟୀକା ନେବାପାଇଁ ପରାମର୍ଶ ଦିଆ ଯାଉଥିଲା । ଟୀକା ନେଇ ସାରିଲା ପରେ ସେଲଫି ଜୋନ୍‌ରେ ଲୋକେ ଫଟୋ ନେବାପାଇଁ ବେଶ ଖୁସି ଜାହିର୍ କରୁଥିଲେ । ଆଗକୁ ମଧ୍ୟ ଯେପରି ସୁରୁଖୁରୁରେ ଟୀକା ଦାନ ବ୍ୟବସ୍ଥା ହେବ ସେନେଇ ଡ୍ୟୁଟିରେ ଥିବା କର୍ମଚାରୀ ମାନେ କଡା ନଜର ରଖିଛନ୍ତି ।

Leave A Reply

Your email address will not be published.