ଯୁବକଙ୍କୁ ଗୁଣି ଗାରଡି ସନ୍ଦେହରେ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ ହେଲେ

କଳାହାଣ୍ଡି, (ଭରତ ବିଶି) : ଯୁବକଙ୍କୁ ଗୁଣି ଗାରଡି ସନ୍ଦେହରେ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ସିମେଲିଭଟା ଗ୍ରାମରେ ଗତ ୧୮ ତାରିଖ ରାତିରେ ବାହାରେ ଶୋଇଥିବା ବେଳେ ନୀଳମଣି ଦଣ୍ଡସେନାଙ୍କୁ ତଣ୍ଟି କାଟି ହତ୍ୟା ଘଟଣାର ପର୍ଦାଫାଶ ହୋଇ ଘଟଣା ଘଟିବା ପାଞ୍ଚ ଦିନ ପରେ ଲାଞ୍ଜିଗଡ ପୋଲିସ ହାତରେ ଧରାପଡିଛନ୍ତି ୩ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ସେହି ଗ୍ରାମର ବିଶ୍ୱ ଲୋହରା । ଅନ୍ୟ ଦୁଇ ସହଯୋଗୀ ରାୟଗଡ଼ା ଜିଲା କଲ୍ୟାଣସୀପୁର ରାଉତ ପରିଆଗୁଡା ଗ୍ରାମର କାଡ୍ର।କା ଆପାରାଓ ଓ ଚିନ୍ତାମାଣି କୂଳସିକା । ସୂଚନା ମୁତାବକ ମୁଖ୍ୟ ଅଭିଯୁକ୍ତ ବିଶ୍ୱ ଲୋହର। ଦୀର୍ଘ ଦେଢ଼ ବର୍ଷ ହେଲା ଲାଞ୍ଜିଗଡ ବେଦାନ୍ତ ହସ୍ପିଟାଲରେ ରୋଗାଗ୍ରସ୍ତ ହୋଇ ଚିକିତ୍ସାଧୀନ ଥିଲେ । ମୃତକ ନୀଳମଣୀ ଦଣ୍ଡସେନା କାଳେ ତାଙ୍କୁ ଗୁଣିଗାରଡି କରିଥିବାରୁ ତାଙ୍କ ଦେହ ସବୁବେଳେ ଆସୁସ୍ଥ ରହୁଥିବା ହତ୍ୟାକାରୀ ବିଶ୍ୱ ସନ୍ଦେହ କରି ଚିନ୍ତାମଣିଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.