ଆଉ ଶୁଭିବନି ଚରଣ ରାମଦାସଙ୍କ ଭାବ ପ୍ରବଣ ପ୍ରବଚନ : ଚାଲିଗଲେ କରୋନାରେ

ପୂରୀ, (କେପିଏନ୍‌ଏସ୍‌) : ଆଉ ଶୁଭିବନି ଜନପ୍ରିୟ ପ୍ରବଚକ ଚରଣ ରାମଦାସ (୬୧)ଙ୍କ ଭାବପ୍ରବଣ ପ୍ରବଚନ । ସୂଚନା ଅନୁସାରେ କୋଭିଡ଼ ଆକ୍ରାନ୍ତ ହୋଇ ପୂରୀ ଆଇବିଏଚ୍‌ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତ ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ଜନପ୍ରିୟ ପ୍ରବଚକ ଚରଣ ରାମଦାସ ଜଗନ୍ନାଥ ସଂସ୍କୃତି ଉପରେ ଗଭୀର ଜ୍ଞାନ ଅର୍ଜନ କରିଥିବା ବେଳେ ଧର୍ମ ତଥା ପୂରାଣ ଶାସ୍ତ୍ରରେ ପ୍ରଖର ଜ୍ଞାନୀ ଥିଲେ । ଜଗନ୍ନାଥ ସଂସ୍କୃତି ଉପରେ ପ୍ରବଚନ ଦେଇ ଓଡ଼ିଶାର ଘରେ ଘରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ ସ୍ୱର୍ଗତ ଚରଣ ରାମଦାସ । ତାଙ୍କ ବିୟୋଗରେ ଓଡ଼ିଶାର ଆଧ୍ୟାତ୍ମିକ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ମତପ୍ରକାଶ ପାଇଛି । ତାଙ୍କ ବିୟୋଗ ଜଗନ୍ନାଥ ଧାମ ପୂରୀ ତଥା ଓଡ଼ିଶା ମାଟିରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

Leave A Reply

Your email address will not be published.