oom

ବିଜେପି ଯୁବମୋର୍ଚ୍ଚାର ନୂତନ ପ୍ରାର୍ଥୀ ଚୟନ

jsmm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ନୂତନ ପ୍ରାର୍ଥୀ ଚୟନ କରି ତାଲିକା ପ୍ରକାଶ କରାଯାଇଛି । ତାଲିକା ଅନୁସାରେ ସଭାପତି ରୂପେ ଗୋଲକ ବିହାରୀ କହଁର, ଉପ ସଭାପତି ରୂପେ ସୁଧାଂଶୁ ଗୁରୁ, ମନ ଭଂଜନ ବେହେରା, ବିଚିତ୍ର ବୀର୍ଯ୍ୟ ପ୍ରଧାନ, କୁସୁମୀ ପ୍ରଧାନଙ୍କୁ ଚୟନ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ରୂପେ ବିଶ୍ୱ ରଞ୍ଜନ ଦାଶ, ଚନ୍ଦ୍ର ଶେଖର ନାୟକ, ସମ୍ପାଦକ ରୂପେ ଗୌତମ ମଳିକ, ସନ୍ତୋଷ କୁମାର ରେଡ୍ଡୀ, ଗୌରାଙ୍ଗ ସାହୁ, ସୁଜିତ ପ୍ରଧାନ, ରୁନା ନାୟକଙ୍କୁ ଚୟନ କରାଯାଇଛି । ଜିଲ୍ଲା ସଂଯୋଜକ ଭାବେ ଜଗନ୍ନାଥ ସାହୁ, ଯୁବରାଜ ରାଉତ, ରମାକାନ୍ତ ସିଂ, ମାଧବ ଚନ୍ଦ୍ର ଦାଶ, ରଂଜିତ କୁମାର ମଳିକ, ଗଣେଶ କୁମାର ସାହୁ, ଅନନ୍ତ ଠାକୁର, ଜଗମୋହନ ସାହୁ, ପ୍ରଦୀପ କୁମାର ପ୍ରଧାନଙ୍କୁ ଚୟନ ସହ ୧୭ଜଣଙ୍କୁ କାର୍ଯ୍ୟକାରୀ ସଦସ୍ୟ ଏବଂ ୭ଜଣଙ୍କୁ ନିମନ୍ତ୍ରିତ ସଦସ୍ୟ ରୂପେ ଆଜି ବିଧିବଦ୍ଧ ଭାବେ ଚୟନ କରି ଜିଲ୍ଲା ଭାଜପା ସଭାପତି ଜଗନ୍ନାଥ ସାହୁ ଓ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର ନୂତନ କର୍ମକର୍ତା ଜିଲ୍ଲା ସଭାପତି, ରାଜ୍ୟ ଯୁବମୋର୍ଚା ସଭାପତି ଓ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

jittmm
Leave A Reply

Your email address will not be published.