୧୧,୦୯୯ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଗତ ୨୪ ଘଂଟାରେ ରାଜ୍ୟରେ : ଖୋର୍ଦ୍ଧା ଜିଲ୍ଲା ଶୀର୍ଷରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତଥାପି କମୁନି ସଂକ୍ରମଣ, ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧,୦୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୫,୩୭୫ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୨୧୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୮୮୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୫୨, ବାଲେଶ୍ୱରରୁ ୪୦୮, ବରଗଡ଼ରୁ ୩୩୯, ଭଦ୍ରକରୁ ୪୩୧, ବଲାଙ୍ଗିରରୁ ୨୮୮, ବୌଦ୍ଧରୁ ୨୧୩, କଟକରୁ ୮୬୭, ଦେବଗଡ଼ରୁ ୧୦୭, ଢେ଼ଙ୍କାନାଳରୁ ୧୬୨, ଗଜପତିରୁ ୮୨, ଗଂଜାମରୁ ୧୯୬, ଜଗତସିଂହପୁରରୁ ୩୦୨, ଯାଜପୁରରୁ ୩୭୮, ଝାରସୁଗୁଡ଼ାରୁ ୩୦୭, କଳାହାଣ୍ଡିରୁ ୨୯୯, କନ୍ଧମାଳରୁ ୮୮, କେନ୍ଦ୍ରାପଡ଼ାରୁ ୧୫୬, କେଉଁଝରରୁ ୧୬୫, ଖୋର୍ଦ୍ଧାରୁ ୧୪୬୦, କୋରାପୁଟରୁ ୨୮୦, ମାଲକାନଗିରିରୁ ୧୦୨, ମୟୁରଭଂଜରୁ ୫୦୭, ନବରଂଗପୁରରୁ ୩୫୧, ନୟାଗଡ଼ରୁ ୨୭୭, ନୂଆପଡ଼ାରୁ ୨୩୨, ପୁରୀରୁ ୩୫୬, ରାୟଗଡ଼ାରୁ ୧୭୦, ସମ୍ବଲପୁରରୁ ୫୪୭, ସୋନପୁରରୁ ୨୫୨, ସୁନ୍ଦରଗଡ଼ରୁ ୯୮୩ ଓ ଷ୍ଟେଟ ପୁଲ୍‌ରୁ ୨୪୨ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.