ଡିଆରଡିଓ ଦ୍ଵାରା ବିକଶିତ SpO2 ଆଧାରିତ ଅମ୍ଳଜାନ ଯୋଗାଣ ପ୍ରଣାଳୀର ୧.୫ ଲକ୍ଷ ୟୁନିଟ୍ କ୍ରୟକୁ ପିଏମ କେୟାର୍ସର ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପିଏମ କେୟାର୍ସପାଣ୍ଠିରୁ ୩୨୨.୫ କୋଟି ଟଙ୍କା ବିନିମୟରେପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ଵାରା ବିକଶିତ ‘ଅକ୍ସିକେୟାର’ ପ୍ରଣାଳୀର ୧.୫ ଲକ୍ଷ ୟୁନିଟ୍ କ୍ରୟ ପ୍ରସ୍ତାବକୁ ଆବଶ୍ୟକ ଅନୁମୋଦନ ମିଳିଛି।ଅକ୍ସିକେୟାର ହେଉଛି ଏକ SpO2 ଆଧାରିତ ଅମ୍ଳଜାନ ଯୋଗାଣ ପ୍ରଣାଳୀ।ଏହାଅନୁଭବ ଆଧାରିତ SpO2 ସ୍ତର ଉପରେ ଆଧାର କରି ରୋଗୀଙ୍କୁ ଯୋଗାଣ କରାଯାଉଥିବା ଅମ୍ଳଜାନକୁ ନିୟନ୍ତ୍ରଣ କରିଥାଏ।ଏହି ଅନୁମୋଦନରେ, ଏକ ଲକ୍ଷ ସାଧାରଣ ଏବଂ ୫୦ ହଜାର ସ୍ୱୟଂଚାଳିତ ଅକ୍ସିକେୟାର ପ୍ରଣାଳୀ ସହିତ ନନ-ରିବ୍ରେଦର ମାସ୍କ କ୍ରୟ କରାଯାଉଛି।

ଅକ୍ସିକେୟାର ପ୍ରଣାଳୀ SpO2 ସ୍ତର ଉପରେ ଆଧାର କରି ସହାୟକ ଅମ୍ଳଜାନ ଯୋଗାଣ କରିଥାଏ ଏବଂ ବ୍ୟକ୍ତିଙ୍କୁ ହାଇପୋକ୍ସିଆ ବା ଅମ୍ଳଜାନ ସ୍ତର ହ୍ରାସଭଳି ସାଂଘାତିକ ଅବସ୍ଥାରୁ ରକ୍ଷା କରିଥାଏ । ଅତ୍ୟଧିକ ଉଚ୍ଚତା ଅଞ୍ଚଳରେ ନିୟୋଜିତ ସୈନିକମାନଙ୍କ ପାଇଁ ଡିଆରଡିଓର ବେଙ୍ଗାଲୁରୁସ୍ଥିତ ପ୍ରତିରକ୍ଷା ବାୟୋ-ଇଞ୍ଜିନିୟରିଂ ଆଣ୍ଡ ଇଲେକ୍ଟ୍ରୋ ମେଡିକାଲ ପରୀକ୍ଷାଗାର (ଡିଇବିଇଏଲ) ଦ୍ୱାରା ଏହି ପ୍ରଣାଳୀ ବିକଶିତ କରାଯାଇଥିଲା। କ୍ଷେତ୍ରୀୟ ପରିସ୍ଥିତିରେ କାର୍ଯ୍ୟ କରିବା ପାଇଁ ପ୍ରଣାଳୀକୁ ସ୍ୱଦେଶୀ ଭାବରେ ବିକଶିତ କରାଯାଇଛି ଏବଂବେଶ ସୁଦୃଢ଼। କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଏହା ପ୍ରଭାବୀ ଢଙ୍ଗରେ ବ୍ୟବହୃତ ହୋଇପାରିବ।

ଦୁଇ ପ୍ରକାରରେ ଏହି ସିଷ୍ଟମକୁ ବିକଶିତ କରାଯାଇଛି। ମୂଳ ସଂସ୍କରଣରେ ୧୦-ଲିଟର ଅମ୍ଳଜାନ ସିଲିଣ୍ଡର, ଏକ ପ୍ରେସର ରେଗୁଲେଟର ସହିତ ଫ୍ଲୋ କଣ୍ଟ୍ରୋଲର, ଏକ ହ୍ୟୁମିଡିଫାୟର ଏବଂ ନାଜାଲ କାନ୍ନୁଲା ରହିଛି । SpO2ର ସ୍ତରକୁ ଅନୁଧ୍ୟାନ କରିଅମ୍ଳଜାନ ପ୍ରବାହ ସାଧାରଣ ଭାବେନିୟନ୍ତ୍ରିତ ହୋଇଥାଏ।ଦ୍ୱିତୀୟ ସଂସ୍କରଣରେ, ଅମ୍ଳଜାନ ସିଲିଣ୍ଡର ଇଲେକ୍ଟ୍ରୋନିକ୍ ନିୟନ୍ତ୍ରଣ ବ୍ୟବସ୍ଥା ସହିତ ପ୍ରସ୍ତୁତ ହୋଇଛି ଯାହା ଲୋ ପ୍ରେସର କଣ୍ଟ୍ରୋଲର ଏବଂ ଏକ SpO2 ପ୍ରୋବ୍ ଜରିଆରେ ସ୍ୱୟଂଚାଳିତ ଭାବେ ଅମ୍ଳଜାନ ପ୍ରବାହକୁ ନିୟନ୍ତ୍ରଣ କରିଥାଏ।

SpO2 ଆଧାରିତ ଅମ୍ଳଜାନ ଯୋଗାଣ ପ୍ରଣାଳୀ ରୋଗୀର SpO2 ସ୍ତରକୁ ଅନୁଧ୍ୟାନ କରି ଅମ୍ଳଜାନର ଉପଯୋଗକୁ ଅନୁକୂଳ କରିଥାଏ ଏବଂ ପୋର୍ଟେବଲ୍ ଅମ୍ଳଜାନ ସିଲିଣ୍ଡରର ସହନଶକ୍ତିକୁ ପ୍ରଭାବୀ ଢଙ୍ଗରେ ବଢ଼ାଇଥାଏ। ସିଷ୍ଟମରୁ ଅମ୍ଳଜାନ ଯୋଗାଣ ପାଇଁ SpO2ପରିମାଣର ସୀମା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ନିୟନ୍ତ୍ରଣକରାଯାଇପାରିବ।SpO2 ସ୍ତରକୁ ନିରନ୍ତର ଭାବେ ନଜର ରଖିବା ପାଇଁ ଏକ ଡିସ୍ପ୍ଲେ ପ୍ରଦାନ କରାଯାଇଛି। ବାରମ୍ବାରଅକ୍ସିଜେନ ସ୍ତର ଯାଞ୍ଚ କରିବା ଏବଂ ଅମ୍ଳଜାନ ପ୍ରବାହକୁ ନିୟନ୍ତ୍ରଣ କରିବାର ଆବଶ୍ୟକତାକୁ ହ୍ରାସ କରିବା ଫଳରେ ଏହା ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ କାର୍ଯ୍ୟ ଭାର ଏବଂ ରୋଗୀଙ୍କ ନିକଟକୁ ଯିବାର ବିପଦକୁ କମାଇବ।

ସ୍ୱୟଂଚାଳିତ ପ୍ରଣାଳୀ ମଧ୍ୟ କମ୍ SpO2 ସ୍ତର ଏବଂ ପ୍ରୋବ ବିଚ୍ଛିନ୍ନତା ସହିତ ବିଭିନ୍ନ ବିଫଳତା ପରିସ୍ଥିତି ପାଇଁ ଉପଯୁକ୍ତ ଶବ୍ଦ ମାଧ୍ୟମରେ ଚେତାବନୀ ପ୍ରଦାନ କରିଥାଏ।ଅମ୍ଳଜାନର ଦକ୍ଷ ଉପଯୋଗ ପାଇଁ ଅକ୍ସିକେୟାର ପ୍ରଣାଳୀ ସହିତ ନନ୍-ରିବ୍ରେଦର ମାସ୍କଗୁଡ଼ିକ ସଂଯୁକ୍ତ ହୋଇଛି,ଫଳସ୍ୱରୂପ ଏହା ୩୦-୪୦% ଅମ୍ଳଜାନ ସଞ୍ଚୟରେ ସହଯୋଗ କରିଥାଏ। ପ୍ରତ୍ୟେକ ରୋଗୀଙ୍କ ପାଇଁ ନନ୍-ରିବ୍ରେଦର ମାସ୍କଗୁଡ଼ିକୁ ପରିବର୍ତ୍ତନ କରାଯିବା ଆବଶ୍ୟକ। ଏହି ଅକ୍ସିକେୟାର ପ୍ରଣାଳୀଗୁଡିକ ଘରେ, ସଙ୍ଗରୋଧ କେନ୍ଦ୍ରରେ, କୋଭିଡସେବା କେନ୍ଦ୍ରରେ ଏବଂ ହସ୍ପିଟାଲରେ ବ୍ୟବହାର କରାଯାଇପାରିବ।

ଡିଆରଡିଓ ଏହି ଟେକ୍ନୋଲୋଜିକୁ ଭାରତର ଏକାଧିକ ଶିଳ୍ପକୁ ପ୍ରଦାନ କରିଛି ଯାହାଦ୍ଵାରାଅଧିକ ପରିମାଣରେ ଏହି ଅକ୍ସିକେୟାର ପ୍ରଣାଳୀ ଉତ୍ପାଦନ କରାଯାଇପାରିବ ।

jittmm
Leave A Reply

Your email address will not be published.