jayashree

ଡ଼. ଆଶୀର୍ବାଦ ଶତପଥିଙ୍କ କରୋନା ସଂକ୍ରାନ୍ତୀୟ ମତ : ନାରୀ ଶକ୍ତି ସଂଗଠନ ତରଫରୁ ଶୁଭେଚ୍ଛା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ ଓ କଲେଜର ମାନସିକ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼. ଆଶୀର୍ବାଦ ଶତପଥି ମତ ଦେଇଛନ୍ତି ଯେ, ବର୍ତ୍ତମାନ ସମୟରେ ସମସ୍ତଙ୍କ ଚିନ୍ତାରେ କେବଳ କରୋନା ରହିଛି । ବର୍ତମାନ ସମସ୍ତେ ବୁଝିବା ଆବଶ୍ୟକ ଯେ, ମାନସିକ ସ୍ଥିତି ଦୃଢ଼ ରହିବା ନିହାତି ଆବଶ୍ୟକ । ସ୍ଥିତି ଉପରେ ଚିନ୍ତା କରି ଲୋକେ ମାନସିକ ଅବସାଦଗ୍ରସ୍ତ ହେଉଛନ୍ତି । ଶିଶୁ ହେଉ କି ବୟସ୍କ, ମନର ସ୍ଥିତି ଦୃଢ ରହିବା ଅତ୍ୟନ୍ତ ଆବଶ୍ୟକ । ଏହି ପରିସ୍ଥିତିରେ ସମସ୍ତେ ସମସ୍ତଙ୍କୁ ମାନସିକ ଭାବରେ ସହାଚାର୍ଯ୍ୟ ପ୍ରଦାନ କରିବା ଉଚିତ । ବର୍ତ୍ତମାନ ମାନସିକତା ଦୃଢ ରହିବା ଆବଶ୍ୟକ । କିଛି ଅସୁବିଧା ହେଲେ ସମସ୍ତଙ୍କ ସହ ଆଲୋଚନା କରି ଉପାୟ କାଢ଼ିବା ଉଚିତ । କରୋନାକୁ ନ ଡରି ସମସ୍ତେ ମିଶି ସାମ୍ନା କରିବା ଜରୁରୀ । ଭୀମ ଭୋଇ ମେଡିକାଲ ଓ କଲେଜର ମାନସିକ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼. ଆଶୀର୍ବାଦ ଶତପଥି କରୋନା ମହାମାରୀ କାଳରେ ମାର୍ଗ ଦର୍ଶନ କରିଥିବା ଯୋଗୁଁ ନାରୀ ଶକ୍ତି ସଂଗଠନ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.