jsm

ଆଜି ବଲାଙ୍ଗିର ଜିଲ୍ଲାରେ ୩୦୫ ନୂଆ ଆକ୍ରାନ୍ତ ଚିହ୍ନଟ : ଜିଲ୍ଲାରେ ୨୫୬୧ ଜଣ ସକ୍ରିୟ ଆକ୍ରାନ୍ତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୩୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୮ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨ରୁ ୩, ୬ରୁ ୧, ୧୧ରୁ ୧ ଓ ୧୫ରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଗଲପୁର ବ୍ଲକରୁ ୨୪ ଜଣ, ବଲାଙ୍ଗିର ବ୍ଲକ୍‌ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଳକରୁ ୧୩ ଜଣ, ବେଲପଡ଼ା ବ୍ଲକରୁ ୧୮ ଜଣ, ଦେଓଗାଁ ବ୍ଲକରୁ ୨୧, ଗୁଡ଼ଭେଲା ବ୍ଲକରୁ ୪୫ ଜଣ, କଂଟାବାଂଜି ଏନ୍‌ଏସିରୁ ୨୬ ଜଣ, ଖପ୍ରାଖୋଲ ବ୍ଲକରୁ ୨୯, ଲୋଇସିଂହା ବ୍ଲକରୁ ୪ ଜଣ, ମୁରିବାହାଲ ବ୍ଲକରୁ ଜଣେ, ପାଟଣାଗଡ଼ ବ୍ଲକରୁ ଜଣେ, ସଇଁନ୍ତଲା ବ୍ଲକରୁ ୪୬ ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଂଚଳରୁ ୪ ଜଣ, ତୁରେକେଲା ବ୍ଲକରୁ ୪୩ ଜଣ ଓ ତୁଷୁରା ଏନ୍‌ଏସି ଅଂଚଳରୁ ୨୬ ଚିହ୍ନଟ ହୋଇଥିବା କୁହାଯାଇଛି । ଏବେ ଜିଲ୍ଲାରେ ୨୫୬୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

yuvodaya
Leave A Reply

Your email address will not be published.