ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଏକ୍ସନ କମିଟିର ପୂର୍ବତନ ସଂପାଦକ ସନ୍ତୋଷ ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ ପଦ୍ମିନୀ ପ୍ରଧାନଙ୍କ ଗତକାଲି ସଂଧ୍ୟା ୭ଟା ୩୦ମି.ରେ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ଦୀର୍ଘ ୪ ବର୍ଷ ହେଲା କିଡ଼ନୀ ରୋଗରେ ପୀଡ଼ିତ ହୋଇ ଡାଇଲେସିସ୍ ହୋଇ ଆସୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହେଉଥିଲା । ଶବାଧାରରେ ତାଙ୍କ ଝିଅ ଜ୍ୟୋତିର୍ମୟୀ ଓ ପୁଅ ଋତୁରାଜ ଉପସ୍ଥିତ ଥିଲେ ।
ସ୍ଥାନୀୟ ଟିଟିଲାଗଡ଼ ରୋଡ଼ ସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଏକ୍ସନ କମିଟିର ଗୋପାଳଜୀ ପାଣିଗ୍ରାହୀ, ମଗନଲାଲ ଅଗ୍ରୱାଲ, ଧୀରେନ ନାରାୟଣ ସିଂହଦେଓ, ରିଲୁ ରଥ, ଗିରିଶ ସିଂହଦେଓ, ମୁନ୍ନା ପଟ୍ଟନାୟକ, ସନ୍ତୋଷ ସାହୁ ପ୍ରମୁଖ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି । ଅନ୍ତେଷ୍ଟି କ୍ରିୟାରେ କିଶୋର ପ୍ରଧାନ, ବିଦେଶୀ ପ୍ରଧାନ, ସହଦେବ ପ୍ରଧାନ, ଜୟଦେବ ପ୍ରଧାନ, ପ୍ରଦୀପ ପ୍ରଧାନ, ଦିଲୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।