ଗତ ୨୪ ଘଂଟାରେ ରାଜ୍ୟରେ ସାଢେ଼ ୬ ହଜାରରୁ ଅଧିକ ନୂଆ ଆକ୍ରାନ୍ତ : ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୫୦ ହଜାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଜାରି ରହିଛି କରୋନାର ଧୂଆଁଧାର ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ସାଢେ଼ ୬ ହଜାରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟଙ୍କ ସଂଖ୍ୟା ପାଖାପାଖି ୫୦ ହଜାର ରହିଛି । ଆଜି ୬୫୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୩୮୨୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୭୭୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୮୭, ବାଲେଶ୍ୱରରୁ ୧୩୭, ବରଗଡ଼ରୁ ୨୦୩, ଭଦ୍ରକରୁ ୮୭, ବଲାଙ୍ଗିରରୁ ୯୮, ବୌଦ୍ଧରୁ ୭୦, କଟକରୁ ୪୮୮, ଦେବଗଡ଼ରୁ ୩୮, ଢେ଼ଙ୍କାନାଳରୁ ୨୦, ଗଜପତିରୁ ୮୧, ଗଂଜାମରୁ ୩୨୩, ଜଗତସିଂହପୁରରୁ ୯୩, ଯାଜପୁରରୁ ୨୩୭, ଝାରସୁଗୁଡ଼ାରୁ ୪୩୬, କଳାହାଣ୍ଡିରୁ ୫୧୮, କନ୍ଧମାଳରୁ ୩୫, କେନ୍ଦ୍ରାପଡ଼ାରୁ ୩୮, କେଉଁଝରରୁ ୧୬୬, ଖୋର୍ଦ୍ଧାରୁ ୯୫୮, କୋରାପୁଟରୁ ୬୯, ମାଲକାନଗିରିରୁ ୨୨, ମୟୁରଭଂଜରୁ ୧୮୦, ନବରଂଗପୁରରୁ ୨୨୧, ନୟାଗଡ଼ରୁ ୯୧, ନୂଆପଡ଼ାରୁ ୫୫୧, ପୁରୀରୁ ୧୪୫, ରାୟଗଡ଼ାରୁ ୧୧୭, ସମ୍ବଲପୁରରୁ ୨୨୬, ସୋନପୁରରୁ ୧୨୯, ସୁନ୍ଦରଗଡ଼ରୁ ୪୩୪ ଓ ଷ୍ଟେଟ ପୁଲ୍‌ରୁ ୨୦୧ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯୦୭୫ ରହିଛି ।

Leave A Reply

Your email address will not be published.