ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖୋର୍ଦ୍ଧା ଜିଲ୍ଲାରେ କରୋନା ଦ୍ଵିତୀୟ ଲହରୀ ଆସିବା ବେଳକୁ ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମଣ ପୁଣି ବଢ଼ି ଚାଲିଛି । ଖୋର୍ଦ୍ଧା ଜିଲ୍ଲା ସଦରମହକୁମା ସହରରେ ସପ୍ତାହନ୍ତ ସଟ୍-ଡାଉନ୍ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି । ପ୍ରତ୍ୟେକ ଶନିବାର ସକାଳ ଠାରୁ ଆରମ୍ଭ କରି ରବିବାର ଓ ସୋମବାର ସକାଳ ପର୍ଯ୍ୟନ୍ତ ସଟ-ଡାଉନ୍ କରାଯାଇଛି । କେବଳ ଏହି ସମୟରେ ଔଷଧ ଦୋକାନ ଛାଡି ସମସ୍ତ ଦୋକାନ ବନ୍ଦ୍ ରହିଛି । ସପ୍ତାହ ସଟ୍- ଡାଉନର ପ୍ରଥମ ଦିନରେ ଖୋର୍ଦ୍ଧା ଏସ. ପି. ଓ ତହସିଲଦାର ସହିତ ଟାଉନ୍ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଯାତାୟାତ କରୁଥିବା ଲୋକମାନଙ୍କୁ ଯାଞ୍ଚ୍ କରୁଥିଲେ । ସଟ୍ – ଡାଉନ୍ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ ସହରର ପ୍ରମୁଖ ସ୍ଥାନରେ ଚେକ୍ ପୋଷ୍ଟ୍ ମାନ ପ୍ରସ୍ତୁତ କରାଯାଇଛି । ଚଣ୍ଡିଚୂଆ, ନୂଆବସ୍ ଷ୍ଟାଣ୍ଡ ଓ ଅନ୍ୟାନ୍ୟ ଜାଗାରେ ଚେକ୍ ପୋଷ୍ଟରେ ଏକ ପ୍ଲାଟୁନ ଫୋର୍ସ ସହିତ ଦୁଇ ଜଣ ଅଫିସର ରହି ସ୍ଥିତି ଉପରେ ନଜର ରଖିଛନ୍ତି । ସେହିପରି ଜରୁରୀ କାଳୀନ ସେବା ଅତ୍ୟାବଶ୍ୟକ ପାଇଁ କଟକଣା ନଥିବା ବେଳେ ବାହାରି ଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ପ୍ରମାଣ ପତ୍ର ଦେଖାଇ ବାକୁ ପଡୁଛି । ଅଧିକାରୀମାନଙ୍କୁ ୨୪ ଘଣ୍ଟା ସଜାଗ ରହିବା ସହ ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡା ନଜର ରଖିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।