ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା : ତଦନ୍ତ ଅବ୍ୟାହତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତ ଅନ୍ତର୍ଗତ ଧୂଙ୍ଗିଆପଖାଲ ଗ୍ରାମର ୨୯ବର୍ଷୀୟ ଯୁବକ ସାମନ୍ତରାମ ପାତ୍ର ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ସାମନ୍ତରାମ ଶୁକ୍ରବାର ଧୂଙ୍ଗିଆପଖାଲ ଗ୍ରାମର କମିଟି ଘରେ କିଛି ଯୁବକଙ୍କ ସହ ମିଶି ଶୋଇଥିଲେ । ସେ ସମୟରେ ବିଷପାନ କରିଥିବା ଜାଣିପାରି ପାଖରେ ଶୋଇଥିବା ଯୁବକ ପରିବାର ଲୋକଙ୍କୁ ଜଣାଇଥିଲେ । ଘଟଣା ସମ୍ପର୍କରେ ଖବରପାଇ ପରିବାର ଲୋକେ ଗୁରୁତର ଅବସ୍ଥାରେ ସାମନ୍ତରାମଙ୍କୁ ପ୍ରଥମେ ତୁମୁଡ଼ିବନ୍ଧ ଗୋଷ୍ଠୀ ‌ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ହେଲେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପହଁଚିବା ପରେ ଡାକ୍ତର ସାମନ୍ତରାମଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଯୁବକ ଜଣକ କାହିଁକି ବିଷ ପାନକରି ଆତ୍ମହତ୍ୟା କରିଛନ୍ତି ଏହି ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ଚର୍ଚ୍ଚା ହେଉଛି । ସେପଟେ ଶବକୁ ଜବତ କରିବା ସହ ପୋଲିସ୍ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.