ଆଜିଠୁ ଆନ୍ଧ୍ରପ୍ରଦେଶରେ ସାତ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ

ଆନ୍ଧ୍ରପ୍ରଦେଶ : କରେନା ସଂକ୍ରମଣକୁ ରୋକିବା ପାଇଁ ଶନିବାର ଠାରୁ ଆନ୍ଧ୍ରପ୍ରଦେଶରେ ସାତ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ କରାଯାଇଛି । ରାତି ୧୦ ଟାରୁ ସକାଳ ୫ ଟା ପର୍ୟ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନ୍ ମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ କୋଭିଡ୍-୧୯ ସମୀକ୍ଷା ବୈଠକରେ ସାତ ଘଣ୍ଟିଆ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ସାତ ଘଣ୍ଟିଆ କର୍ଫ୍ୟୁ ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଏକେକେ ଶ୍ରୀନିବାସ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.