ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨୨୬, ବଲାଙ୍ଗିର ପୌରାଂଚଳରୁ ୫୩

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣର ଦ୍ୱିତୀୟ ଲହର ବେଶ୍‌ ସଂକ୍ରାମକ ମନେ ହେଉଥିବା ବେଳେ ସମସ୍ତେ ମାସ୍କ ପରିଧାନ କରନ୍ତୁ, ସାନିଟାଇଜର୍‌ ବ୍ୟବହାର କରନ୍ତୁ, ବାରମ୍ବାର ହାତ ଧୁଅନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ, ସରକାରଙ୍କ କରୋନା ଗାଇଡ୍‌ ଲାଇନ୍‌ ମାନି ଚଳନ୍ତୁ ଏବଂ ନିହାତି ଆବଶ୍ୟକ ନହେଲେ ଘରୁ ବାହାରନ୍ତୁ ନାହିଁ । ଆଜି ବଲାଙ୍ଗିର ଜିଲ୍ଲାରେ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୫୩ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି ।

ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୧ରୁ ୧, ୧୨ରୁ ୧, ୧୪ରୁ ୫, ୧୫ରୁ ୭, ୧୮ରୁ ୩, ୧୯ରୁ ୭, ୨ରୁ ୯, ୨୦ରୁ ୩, ୨୧ରୁ ୧, ୩ରୁ ୪, ୫ରୁ ୭, ୬ରୁ ୩, ୮ରୁ ୧ ଓ ୯ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୮, ୧୦, ୧୫, ୩, ୪ ଓ ୬ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନଂ.୫ରୁ ୪ ଜଣ ଆକ୍ରାନ୍ତ ହୋଇଛନ୍ତି । କଂଟାବାଂଜି ଏନ୍‌ଏସି. ୱାର୍ଡ ନଂ.୧୧ରୁ ୪, ୩ରୁ ୧, ୪ରୁ ୭ ଏବଂ ପାଟଣାଗଡ଼ ଏନ୍‌ଏସି. ୱାର୍ଡ ନଂ.୧୪ରୁ ୫, ୨ରୁ ୨, ୩ରୁ ୧, ୫ରୁ . ୬ରୁ ୧, ୭ରୁ ୪, ୮ରୁ ୨ ଓ ୯ରୁ ୧ ସଂକ୍ରମିତ ହୋଇଛନ୍ତି । ସେହିପରି ତୁଷୁରା ଏନ୍‌ଏସି ୱାର୍ଡ ନଂ.୩ରୁ ଜଣେ ଆକ୍ରାନ୍ତ ହୋଇଛନ୍ତି ।

ଆଗଲପୁର ବ୍ଲକ ବଡ଼ଟିକା ଗ୍ରା.ପ.ରୁ ୨ ଜଣ, ଭରସୁଜା ଗ୍ରା.ପ.ରୁ ୨ ଜଣ ଏବଂ ଡୁଡ଼ୁକା, ପଟୁଆପାଲି ଓ ରୋତ ଗ୍ରା.ପ.ରୁ ଜଣେ ଲେଖାଏଁ, ବଲାଙ୍ଗିର ବ୍ଲକ ଭୁଣ୍ଡିମୁହାଲ, ଭୁତିଆରବାହାଲ, ଚୁଡ଼ାପାଲି, ଝାଙ୍କରପାଲି, କୁଡ଼ାସିଂଗା, ସଦେଇପାଲି, ସକ୍‌ମା ଗ୍ରା.ପ.ରୁ ଜଣେ ଲେଖାଏଁ ଏବଂ ବିଡ଼ିଘାଟ ଗ୍ରା.ପ.ରୁ ୭, ଖଲିଆପାଲି ଗ୍ରା.ପ.ରୁ ୩ ଓ ତୁଷୁରାବାହାଲ ଗ୍ରା.ପ.ରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଙ୍ଗୋମୁଣ୍ଡା ବ୍ଲକ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଲକ ବାହାବଲ ଗ୍ରା.ପ.ରୁ ୪, ବେଲପଡ଼ା ଗ୍ରା.ପ.ରୁ ୧୪, ଦର୍ଲିପାଲି ଗ୍ରା.ପ.ରୁ ଜଣେ, ଧୁମାଭଟା ଗ୍ରା.ପ.ରୁ ୩, ଘାଗୁର୍ଲି ଗ୍ରା.ପ.ରୁ ୩, କପାଣି ଗ୍ରା.ପ.ରୁ ଜଣେ, ମଣ୍ଡଲ ଗ୍ରା.ପ.ରୁ ଜଣେ, ସରମୁହାଣ ଗ୍ରା.ପ.ରୁ ଜଣେ, ସିହିନୀ ଗ୍ରା.ପ.ରୁ ଜଣେ ଓ ତେନ୍ତୁଳିମୁଣ୍ଡା ଗ୍ରା.ପ.ରୁ ୨ ଜଣ, ଦେଓଗାଁ ବ୍ଲକ ଦେଓଗାଁ ଗ୍ରା.ପ.ରୁ ଜଣେ ଓ ଉପର୍‌ଝର ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଗୁଡ଼ଭେଲା ବ୍ଲକ ଦେଉଲଗୁଡ଼ି ଗ୍ରା.ପ.ରୁ ଜଣେ, ଗୁଡ଼ଭେଲା ଗ୍ରା.ପ.ରୁ ୨ ଜଣ ଓ ତେନ୍ତୁଲିଖୁଣ୍ଟି ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବ୍ଲକ ଲୁହାସିଂହା ଗ୍ରା.ପ.ରୁ ଜଣେ ଓ ଖପ୍ରାଖୋଲ ଗ୍ରା.ପ.ରୁ ୨ ଜଣ, ଲୋଇସିଂହା ବ୍ଲକ ଡୁଡ଼ୁକା, ଗୋପାଲପୁର, କୁଟେନପାଲି ଗ୍ରା.ପ.ରୁ ଜଣେ ଲେଖାଏଁ ଓ ଲୋଇସିଂହା ଗ୍ରା.ପ.ରୁ ୩ ଜଣ, ମୁରିବାହାଲ ବ୍ଲକ ମୁରିବାହାଲ ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରା.ପ.ରୁ ୨, ଭଇଁଷା ଗ୍ରା.ପ.ରୁ ୨, ଦେଉଲଗାଁ ଗ୍ରା.ପ.ରୁ ଜଣେ, ଗଙ୍ଗାସାଗର ଗ୍ରା.ପ.ରୁ ଜଣେ, ଖୁଟସମଲେଇ ଗ୍ରା.ପ.ରୁ ଜଣେ, ମରୁଆଁ ଗ୍ରା.ପ.ରୁ ୩ ଜଣ ଓ ଉଲ୍‌ବା ଗ୍ରା.ପ.ରୁ ଜଣେ, ପୁଇଁନ୍ତଲା ବ୍ଲକ ଆଠଗାଁ ଓ ଦଶପୁର ଗ୍ରା.ପ.ରୁ ଜଣେ ଲେଖାଏଁ, ସଇଁନ୍ତଲା ବ୍ଲକ ଟିକ୍ରାପଡ଼ା ଗ୍ରା.ପ.ରୁ ୨୭, ସଇଁନ୍ତଲା ଗ୍ରା.ପ.ରୁ ୪, ଟିଟିଲାଗଡ଼ ବ୍ଲକ ଜଗୁଆ ଗ୍ରା.ପ.ରୁ ୪, ଖୋଲାନ ଗ୍ରା.ପ.ରୁ ୧, ପରାସରା ଗ୍ରା.ପ.ରୁ ୧, ସିହିନି ଗ୍ରା.ପ.ରୁ ୨ ଜଣ, ତୁରେକେଲା ବ୍ଲକ ଧାମନଡଙ୍ଗା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି ।

ଏବେ ବଲାଙ୍ଗିର ଜିଲ୍ଲାରେ ୧୪୫୦ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.