csstore

ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲା ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟରେ ଗୁରୁ ଭଗବାନ ସାହୁ ସ୍ମୃତି କମିଟି ସଭାପତି ମୋହନ ସାହୁଙ୍କ ସଭାପତିତ୍ୱରେ ‌ସ୍ୱର୍ଗତ ଗୌରଚନ୍ଦ୍ର ବାରିକଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । କନବାର ଗ୍ରାମରେ ଗଢି ଉଠିଥିବା ଭଗବାନ ସାହୁ ଶବ୍ଦ ନୃତ୍ୟ ଗବେଷଣା କେନ୍ଦ୍ରର ମୁଖ୍ୟ ବାଦକ ଏବଂ ମୁଖ୍ୟ ପରିଚାଳକ ସ୍ୱର୍ଗତ ଗୌରଚନ୍ଦ୍ର ବାରିକଙ୍କ ଅବଦାନ ସମ୍ପର୍କରେ ବକ୍ତା ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରି ଏହା କଳା ଓ ସଂସ୍କୃତି କ୍ଷେତ୍ରରେ ଅପୂରଣୀୟ କ୍ଷତି ଘଟିଛି ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ । ଆଜିର ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ତେଜୁରୁ ବାରିକ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ପ୍ରଦୀପ ଦେବତା, ଶିରିଶ ବଲ୍ଲଭ ମିଶ୍ର, ସୁରେଶ୍ୱର ଶତପଥୀ, ଯୁଗଲ ପ୍ରସାଦ ସିଂ, ଦଧିବାମନ ଶତପଥୀ, ରୋହିତ ଦାଶ, ଉଦ୍ଧବ ବେହେରା, କେଦାର ମିଶ୍ର, ସରଦାର ପ୍ରୀତମ ସିଂ, ସିବାନନ୍ଦ ମଟାରୀ, ଲୁଲୁ ରବୀନ ଦାଶ, ମାମରାଜ ‌ସ୍ୱାଇଁ, ଅଶୋକ ପସାୟତ, ତୁଳସୀ ଚରଣ ଦାଶ ଆଦି ଯୋଗଦେଇଥିଲେ । ଶେଷରେ ପ୍ରଦୀପ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.